ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଞ୍ଜ କ୍ରିକେଟ୍‌:ଜଗତପୁର ସେମିରେ

Advertisment
କ୍ଷେତ୍ରପାଳ କ୍ଲବ୍‌ ବିଜେତା

Cricket bat and ball on green grass of cricket pitch

ରାଜନଗର: ନିକଟସ୍ଥ ଦାଣ୍ଡିରେ ଚାଲିଥିବା ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଞ୍ଜ କ୍ରିକେଟ୍‌ରେ ମଙ୍ଗଳବାରା ସିଂହପୁରକୁ ହରାଇ ଜଗତପୁରର ନିମପୁର ସ୍ପୋର୍ଟସ କ୍ଲବ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସିଂହପୁରର ଶ୍ରାବଣୀ କ୍ରିକେଟ୍‌ କ୍ଲବ୍‌ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ଦିବାକର ୩୧ ବଲ୍‌ରୁ ୬୩ ରନ୍‌ ଓ ଈଶ୍ୱର ଦାସ ୧୧ ବଲ୍‌ରୁ ୨୩ରନ୍‌ କରିଥିଲେ। ଜଗତପୁରର ଅସିତ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ନିମପୁର ଦଳ ୧୯.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ରଞ୍ଜନ ଜେନା ୬୦ ବଲ୍‌ରୁ ୮ ଚୌକା ଓ ୧୧ ଛକା ସହାୟତାରେ ୧୦୫ ରନ୍‌ ଏବଂ ବଳରାମ ୮ ବଲ୍‌ରୁ ୧୫ ରନ୍‌ କରିଥିଲେ। ସିଂହପୁରର ସରୋଜ ୩ ଓ ଈଶ୍ୱର ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ରଂଜନ ଜେନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବୁଧବାର କେନ୍ଦ୍ରାପଡ଼ାର ବାଲାବାବା କ୍ରିକେଟ୍‌ ଟିମ୍‌ ଓ ଭୁବନେଶ୍ୱରର କ୍ଷେତ୍ରପାଳ କ୍ରିକେଟ୍‌ କ୍ଲବ ମଧ୍ୟରେ ଶେଷ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe