ଅନ୍ତଃରାଜ୍ୟ ବାଳିକା ଟି-୨୦ : ଓଡ଼ିଶା ୧୫୪ ରନ୍‌ରେ ଜିତିଲା

Advertisment
ଅନ୍ତଃରାଜ୍ୟ ବାଳିକା ଟି-୨୦ : ଓଡ଼ିଶା ୧୫୪ ରନ୍‌ରେ ଜିତିଲା

ଭୁବନେଶ୍ବର: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତଃରାଜ୍ୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜୟଧାରା ଜାରି ରଖିଥିବାବେଳେ ମଙ୍ଗଳବାର ମଧ୍ୟପ୍ରଦେଶକୁ ୧୫୪ ରନ୍‌ରେ ହରାଇଛି। ଏଥି ସହିତ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ୬ ମ୍ୟାଚରୁ ୫ ବିଜୟ ସହ ସୁପରଲିଗ୍ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ବିନା ୱିକେଟରେ ୧୭୬ ରନ୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଶୁଭ୍ର ନିର୍ଝରିଣୀ ସ୍ବାଇଁ (୬୦*, ୫୬ ବଲ, ୬ ଚୌକା) ଏବଂ କାଜଲ ଜେନା (୧୦୨*, ୬୫ ବଲ, ୧୮ ଚୌକା) ଯଥାକ୍ରମେ ଅର୍ଧଶତକ ଓ ଶତକ ଅର୍ଜନ କରିଥିଲେ। ଜବାବରେ ମଧ୍ୟପ୍ରଦେଶ ପାଳିକୁ ଓଡ଼ିଶା ବୋଲରମାନେ ୧୯.୧ ଓଭରରେ ମାତ୍ର ୨୨ ରନ୍‌ରେ ଶେଷ କରି ଦେଇଥିଲେ। କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିବାବେଳେ ଅତିରିକ୍ତରୁ ସର୍ବାଧିକ ୧୪ ରନ୍ ମିିଳିଥିଲା। ସୋନାଲି ହେମ୍ବ୍ରମ (୪-୨-୨-୪) ଏବଂ କଳ୍ପନା ନାୟକ (୩.୧-୦-୪-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ତରାନା ପ୍ରଧାନ ଓ ଶୁଭ୍ରନିର୍ଝରିଣୀ ସ୍ବାଇଁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।
ସୁପର ଲିଗ୍ ପାଇଁ ଦଳ ଘୋଷିତ
ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିବା ପରେ ବିଜୟୱାଡାରେର ଅକ୍ଟୋବର ୨୬ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସୁପରଲିଗ୍ ତଥା ନକ୍ ଆଉଟ୍ ପର୍ଯ୍ୟାୟ ପାଇଁ ଓଡ଼ିଶାଦଳ ଘୋଷିତ ହୋଇଛି। ଓଡ଼ିଶା ଦଳ: ଇନ୍ଦ୍ରାଣୀ ଛତ୍ରିଆ (ଅଧିନାୟିକା), ପୁନମ ନାୟକ (ଉପ ଅଧିନାୟିକା), କାଜଲ ଜେନା, ରଶ୍ମିତା ଚିନରା, ରାଜେଶ୍ବରୀ ଜେନା, ତରାନା ପ୍ରଧାନ, କୁସୁମ ତିରିଆ (ୱିକେଟରକ୍ଷକ), ଶୁଭ୍ରନିର୍ଝରିଣୀ ସ୍ବାଇଁ, ଜିଏମ ଅଳକାନନ୍ଦ, ତନ୍ମୟୀ ବେହେରା, କଳ୍ପନା ନାୟକ, ସୋନାଲି ହେମ୍ବ୍ରମ, ବିଏଲଏସ ବୈଷ୍ଣବୀ, ସୁଚିତ୍ରା ରାୟ ଏବଂ ସୁଇଟ ବେଉରା ପ୍ରବଂଧକ: ତ୍ରିନାଥ ସାହୁ, ପ୍ରଶିକ୍ଷକ: ଈତିଶ୍ରୀ ପଟ୍ଟନାୟକ, ଫିଜିଓ: ବିତ୍ୟୁତପ୍ରଭା ଦାସ, ଟ୍ରେନର: ଟିକିଲତା ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe