କଟକରେ ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗିତା ୨ରୁ

କଟକରେ ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗିତା ୨ରୁ

ଭୁବନେଶ୍ୱର: କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ୩୩ତମ ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ୍‍ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ସହିତ ଷଷ୍ଠ ରାଜ୍ୟ ଟାଏକୋଣ୍ଡୋ ପୁମ୍‌ସେ ପ୍ରତିଯୋଗିତ ମଧ୍ୟ ଆୟୋଜିତ ହେବ। ୨୩ ଜିଲ୍ଲାରୁ କୁ୍ୟୁରୁଗିରେ ପ୍ରାୟ ୫୦୦ ଏବଂ ପୁମସେରେ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗନେବେ ବୋଲି ଆଶା କରାଯାଉଛି। କ୍ୟାଡେଟ୍‌ (୧୧ ବର୍ଷରୁ କମ୍‌), ଉପକନିଷ୍ଠ (୧୧ ବର୍ଷରୁ ଊର୍ଧ୍ୱ), କନିଷ୍ଠ (୧୫ରୁ ୧୭ ବର୍ଷ) ଏବଂ ବରିଷ୍ଠ (୧୮ ବର୍ଷରୁ ଊର୍ଧ୍ୱ) ବର୍ଗର ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ଗୁଡ଼ିକ ଖେଳାଯିବ। ଟାଏକୋଣ୍ଡୋ ଓଡ଼ିଶା ଏବଂ କଟକ ଜିଲ୍ଲା ଆମେଚର୍‌ ଟାଏକୋଣ୍ଡୋ ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ମ୍ୟାଚ୍‌ ଗୁଡ଼ିକ ପରିଚାଳନା ଲାଗି ଟିଏଫ୍‌ଆଇ (ଟାଏକୋଣ୍ଡୋ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ) ପକ୍ଷରୁ ୩ ଜଣ ଅନ୍ତର୍ଜାତୀୟ ରେଫରି ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରୁ ମଧ୍ୟ ଆଗାମୀ ଜାତୀୟ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଚୟନ କରାଯିବ ବୋଲି ଟାଏକୋଣ୍ଡୋ ଓଡ଼ିଶାର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe