ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ: ୧୩୫ ଖେଳାଳିଙ୍କ ଅଂଶଗ୍ରହଣ, ସିଡେଡ୍‌ ଖେଳାଳିଙ୍କ ବିଜୟ ଅଭିଯାନ

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ: ୧୩୫ ଖେଳାଳିଙ୍କ ଅଂଶଗ୍ରହଣ, ସିଡେଡ୍‌ ଖେଳାଳିଙ୍କ ବିଜୟ ଅଭିଯାନ

ବାରିପଦା: ବାରିପଦାରେ ଆଜିଠାରୁ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍‌ ସଂଘ (ଓଏସ୍‌ବିଏ) ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୧୩୫ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୪ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ଉଦ୍‌ଘାଟନୀ ଦିବସରେ ସିଡେଡ୍‌ ଖେଳାଳିମାନେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୧୯ ବର୍ଷରୁ କମ୍‌ ବର୍ଗରେ ଦୁଇ ଥର ରାଜ୍ୟ ବିଜେତା ତୌସିଫ୍‌ ଖାନ ସିଧାସଳଖ ସେଟ୍‌ରେ ଜିତି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ‌ସିଡେଡ୍‌ ଖେଳାଳିଙ୍କ ଭିତରେ ମୁରଲୀ କ୍ରିଷ୍ଣା, ପି ବେହେରା, ସ୍ବାଧୀନ ‌ଗୌଡ, ବି ପୋଦ୍ଦାର, ରବି ବାବୁ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏଠାରୁ ଜାତୀୟ ପ୍ରତିଯୋଗିତା ଲାଗି ଖେଳାଳି ଚୟନ କରାଯିବ। ପ୍ରଥମ ଦିନ କେବଳ ପୁରୁଷ ଏକକ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଛି। ଏହି ବର୍ଗରେ ୬୧ ଜଣ ଖେଳାଳି ଥିବାବେଳେ ମହିଳା ଏକକରେ ୧୫, ପୁରୁଷ ଯୁଗଳରେ ୪୫, ମହିଳା ଯୁଗଳରେ ୬ ଏବଂ ମିଶ୍ରିତ ଯୁଗଳ ବର୍ଗରେ ୮ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି।

ସ୍ଥାନୀୟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତାକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ସମ୍ପାଦକ ନିଲିନ କୁମାର, ମୟୂରଭଞ୍ଜ ଦୌଡ଼କୁଦ ସଂଘ ସମ୍ପାଦକ କିଶୋର କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘର ସଭାପତି କୃଷ୍ଣାନନ୍ଦ ମହାନ୍ତି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆୟୋଜନ କମିଟିର ସମ୍ପାଦକ ରବୀନ୍ଦ୍ର ବେହେରା, କର୍ମକର୍ତ୍ତା ରୂପମ ସ୍ବାଇଁ, ରୂପକ ମହାନ୍ତି, ସୌମେନ ମହାନ୍ତି, ଜନ୍ମେଞ୍ଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe