ଅନ୍ତଃରାଜ୍ୟ ବାଳିକା ଟି-୨୦: ଓଡ଼ିଶାର ଆଉ ଏକ ବଡ଼ ବିଜୟ

Advertisment
ଅନ୍ତଃରାଜ୍ୟ ବାଳିକା ଟି-୨୦: ଓଡ଼ିଶାର ଆଉ ଏକ ବଡ଼ ବିଜୟ

ଭୁବନେଶ୍ବର: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା ୧୯ ବର୍ଷର କମ୍ ଅନ୍ତଃରାଜ୍ୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଆଉ ଏକ ବଡ଼ ବିଜୟ ହାସଲ କରିଛି। ‌େ‌ରଭେନସା ପଡ଼ିଆରେ ଖେଳୁଥିବା ଓଡ଼ିଶା ରବିବାର ମଣିପୁରକୁ ୧୯ ରନ୍‌ରେ ଆଉଟ୍ କରି ମ୍ୟାଚ୍‌କୁ ୧୦ ୱିକେଟରେ ଜିତି‌‌ ‌େନଇଥିଲା। ସୋମବାର ଓଡ଼ିଶା ଯୁବତୀମାନେ ତ୍ରିପୁରାକୁ ୨୭ ରନ୍‌ରେ ଆଉଟ୍‌ କରି ୬୬ ରନରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୯୩ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ରଶ୍ମିତା ଚିନରା ୩୭ (୬୦ ବଲ, ୨ ଚୌକା) କରିଥିଲେ। କାଜଲ ଜେନା (୧୫), ତରାନା ପ୍ରଧାନ (୧୨) ମଧ୍ୟ ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ତ୍ରିପୁରା ୧୫.୪ ଓଭରାରେ ୨୭ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। କେହି ବି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଓଡ଼ିଶା ପକ୍ଷରୁ ତରାନା ପ୍ରଧାନ ୨.୪ ଓଭର‌ ବୋଲିଂ କରି ୪ ରନ୍ ବିନିମୟରେ ୨ ୱିକେଟ୍ ନେଇଥିଲେ। କଳ୍ପନା ନାୟକ ୪ ଓଭରରେ ୮ ରନ, ଇନ୍ଦ୍ରାଣୀ ଛତ୍ରିଆ ୩ ଓଭରରେ ୪ ରନ୍, ଶୁଭ୍ରନିର୍ଝରିଣୀ ସ୍ବାଇଁ, ସୋନାଲି ହେମ୍ବ୍ରମ ୨ ଓଭରରେ ୨ ରନ୍ ଦେଇ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe