ବଣାଇଁଗଡ଼ (ଚିନ୍ମୟ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ମାଟିରେ ପ୍ରଥମ ଥର ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଆନୁକୂଲ୍ୟରେ ମଙ୍ଗଳବାର ଠାରୁ ୬୯ତମ ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛିl ବଣାଇ ମାଟି ଖେଳରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ତଥା ଅତିଥିମାନଙ୍କୁ ସ୍ୱାଗତ କରାଯାଇଛି l ଆଜି ଅପରାହ୍ନ ୫ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ଉଦ୍‌ଘାଟନ କରି ଟ୍ରଫି ଉନ୍ମୋଚନ କରିଥିଲେl ସମ୍ମାନିତ ଅତିଥି ଭାବେସୁରଞ୍ଜନ ସାହୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅକ୍ଷୟ ପିଲ୍ଲେ ଉପଜ଼ିଲ୍ଲାପାଳ ବଣାଇ, ଅମୂଲ୍ୟ କୁମାର ପ୍ରଧାନ ଉପସଭାପତି ମାଧ୍ୟ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା, ସପନ କୁମାର ଜେନା ପ୍ରାକ୍ତନ ଯୁଗ୍ମ ନିର୍ଦେଶକମାଧ୍ୟ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା ଯୋଗ ଦେଇଥିଲେl

Advertisment

ପ୍ରଥମେ ଅତିଥିମାନଙ୍କ ଆଗମନ କରିବା ପରେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜନ କରାଯାଇ ପ୍ରଦୀପ ପ୍ରଜ୍ଜଳନ କରାଯାଇ ମଞ୍ଚାସୀନ ଅତିଥିମାନଙ୍କୁ ବ୍ୟାଚ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲାl ତତ୍ପରେ ୩୧ଟି କ୍ରୀଡ଼ା ଜ଼ିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନେ ମାର୍ଚ୍ଚ ଫାଷ୍ଟ ପ୍ରଦର୍ଶନ କରିଥିଲେ l ଗୋଗୁଆ ଉଚ୍ଚ ବିଦ୍ୟାଳୟ ବଡ଼ ଗୋଗୁଆର କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେl ତା ପରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଶୀନାଥ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସାରିବା ପରେ ଜ୍ୟୋତି ପ୍ରସାଦ ପରିଡା ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା, ମାଧ୍ୟ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା ବାର୍ଷିକ ରାଜ୍ୟ ବିବରଣୀ ପାଠ କରିଥିଲେ। ପରେ ସୁନ୍ଦରଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ତଥା ଆୟୋଜକ କମିଟି ସଭାପତିଙ୍କ ଦ୍ୱାରା ସଭାପତିଙ୍କ ଅଭିଭାଷଣ ପ୍ରଦାନ କରିଥିଲେl

ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ମାନିତ ଅତିଥି ଗଣ ଅଭିଭାଷଣ ପ୍ରଦାନ କରିବା ପରେ ମୁଖ୍ୟ ଅତିଥି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ତାଙ୍କର ଖେଳାଳିଙ୍କ ପ୍ରତି ଭାବ ଗମ୍ଭୀର ଭଙ୍ଗିରେ ଅଭିଭାଷଣ ପ୍ରଦାନ କରିଥିଲେl ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଆରମ୍ଭ କରାଗଲା ବୋଲି ଘୋଷଣା କରି କ୍ରୀଡ଼ା ପତାକା ଉତ୍ତୋଳନ କରି ସୁଶ୍ରୀ ଦୀପିକା ତୀର୍କୀଙ୍କ ଦ୍ୱାରା ସମସ୍ତ ଅତିଥି ଓ ଖେଳାଳି ଶପଥ ପାଠ କରିଥିଲେl ଓଡ଼ିଶାର ୩୦ ଜ଼ିଲ୍ଲା ଓ ଭୁବନେଶ୍ୱର ସ୍ୱତନ୍ତ୍ର କ୍ରୀଡା ଜ଼ିଲ୍ଲାରୁ ୩୭୨ ଜଣ ବାଳକ ଓ ୩୭୨ଜଣ ବାଳିକା ସର୍ବମୋଟ ୭୪୪ ଜଣ ପ୍ରତିଯୋଗୀ ଯୋଗ ଦେଇ ଖେଳ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜ଼ିଲ୍ଲାରୁ କୋଚ ଓ ଟିମ ମୁଖ୍ୟ ୯୧ ଜଣ ରାଜ୍ୟରୁ ଅଫିସର ୮୫ ଜଣ ସ୍ଥାନୀୟ ଅଫିସର ୮୦ ଜଣ ଯୋଗ ଦେଇଛନ୍ତିl 

ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ

ଆଜି ଠାରୁ ଆରମ୍ଭ

ଆଜି ଠାରୁ ୨୦ତାରିଖ ପଯ୍ୟନ୍ତ ୧୭ବର୍ଷରୁ କମ ଓ ଆସନ୍ତା ୨୦ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୧୭ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ନେଇ ଖେଳ ଅନୁଷ୍ଠିତ ହେବ l ପ୍ରତିଯୋଗୀମାନଙ୍କ ରହିବା ପାଇଁ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟରେ ଛାତ୍ର ମାନେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ ରହିବା ପାଇଁ ବ୍ୟବସ୍ଥା ହୋଇଛିl ଖେଳିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ପରିବେଷଣ ହୋଇଛି l କାର୍ଯ୍ୟକ୍ରମଟି ଯେପରି ଖୁବ ସୁନ୍ଦର ଭାବେ ଅନୁଷ୍ଠିତ ହେଵ ସେଥିପାଇଁ ଆୟୋଜକ କମିଟି ଜୋରଦାର ଚେଷ୍ଟା କରିଛନ୍ତିl ଶେଷରେ ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେl ବଣାଇଁ ଅଞ୍ଚଳରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ବଣାଇଁବାସୀ ଆୟୋଜକ କମିଟିକୁ ଧନ୍ୟବାଦ ଅର୍ପଣ କରିଛନ୍ତିl ଏହି କାର୍ଯ୍ୟକ୍ରମକୁ ବଣାଇଁର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କ୍ରୀଡା ଶିକ୍ଷକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଛନ୍ତିl

ଆହୁରି ପଢ଼ନ୍ତୁ: Naxal Encounter : ହିଡମା କିଏ ?