ରାଜ୍ୟସ୍ତରୀୟ କବାଡ଼ି : କଟକ ଓ ପୂର୍ବତଟ ରେଳବାଇ ବିଜେତା

ରାଜ୍ୟସ୍ତରୀୟ କବାଡ଼ି : କଟକ ଓ ପୂର୍ବତଟ ରେଳବାଇ ବିଜେତା

ସୁନ୍ଦରଗଡ଼: ସୁନ୍ଦରଗଡ଼ କବାଡ଼ି ଇତିହାସ ଫର୍ଦ୍ଦରେ ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମଥର ପାଇଁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା ସମ୍ପନ୍ନ ହୋଇଯାଇଛି। ପୁରୁଷ ବର୍ଗ ଫାଇନାଲ୍‌ରେ କଟକ ଦଳ ଏକତରଫା ଭାବେ ଓଡ଼ିଶା ପୁଲିସ ଦଳକୁ ଧରାଶାୟୀ କରି ବିଜେତା ହୋଇଛି।

ମହିଳାବର୍ଗରେ ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ଦଳ ଢେଙ୍କାନାଳ ଦଳକୁ ହରାଇ ବିଜୟ ମୁକୁଟ ପିନ୍ଧିଛି। ପୁରସ୍କାର ସ୍ୱରୂପ କବାଡ଼ି ଇତିହାସରେ ପ୍ରଥମ ଥର ପାଇଁ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଦୁଇ ଉପବିଜେତା ଦଳକୁ ଟ୍ରଫି ସହିତ ୨୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe