କଟକ: କଟକ ଜିଲ୍ଲା କୁସ୍ତି ସ˚ଘ ଓ ଓଡ଼ିଶା କୁସ୍ତି ସ˚ଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୩ ତାରିଖରେ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍ ତେନ୍ଦୁଲକର ଇଣ୍ତୋର ହଲ୍ରେ ମମତା ରଥ ସ୍ମାରକୀ ପାରମ୍ପରିକ ରାଜ୍ୟ ପୁରୁଷ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଭିନ୍ନ ବୟସ ବର୍ଗରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଜାତୀୟ କୁସ୍ତି ପ୍ରତିଯୋଗିତା ପାଇଁ ମନୋନୀତ ହେବେ। ଜାତୀୟ ପ୍ରତିଯୋଗିତା ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ପୁନେରେ ଅନୁଷ୍ଠିତ ହେବ। ଏଥିସହିତ ଆସନ୍ତାବର୍ଷ ଫେବ୍ରୁଆରି ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆୟୋଜନ ହେବାକୁ ଥିବାରୁ ଏଥିପୂର୍ବରୁ ଏଠାରେ ଏକ ଶିବିର ଆୟୋଜନ କରାଯିବ ବୋଲି ରାଜ୍ୟ ସ˚ଘ ସମ୍ପାଦକ ବିନୋଦ ଦାସ ଜଣାଇଛନ୍ତି।
କଟକରେ ରାଜ୍ୟ କୁସ୍ତି ପ୍ରତିଯୋଗିତା ୨୩ରୁ
Advertisment
Follow Us