ରାଜ୍ୟ ଅନ୍‌ଲାଇନ୍‌ ଚେସ୍‌ ଆରମ୍ଭ: ମହିଳାରେ ସାଇନା, ୟାଶିତା ଏବଂ କନିଷ୍ଠରେ ଜଗଦୀଶ ଅଗ୍ରଣୀ

Advertisment
ରାଜ୍ୟ ଅନ୍‌ଲାଇନ୍‌ ଚେସ୍‌ ଆରମ୍ଭ: ମହିଳାରେ ସାଇନା, ୟାଶିତା ଏବଂ କନିଷ୍ଠରେ ଜଗଦୀଶ ଅଗ୍ରଣୀ

କଟକ: ଓଡ଼ିଶା ଚେସ୍‌ ସଂଘ ଆନୁକୂଲ୍ୟରେ ଶନିବାରଠୁ ରାଜ୍ୟ ମହିଳା ଓ ୨୦ ବର୍ଷରୁ କମ୍‌ କନିଷ୍ଠ ଓପନ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ସଭାପତିତ୍ବରେ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଏସ୍‌.ଆର୍‌. ଚେସ୍‌ କେନ୍ଦ୍ର ନିର୍ଦ୍ଦେଶକ ସତ୍ୟରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରଦ୍ୟୁମ୍ନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ସୁରେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

ପ୍ରତିଯୋଗିତା ୬ ରାଉଣ୍ଡ ବିଶିଷ୍ଟ ରହିବ। ପ୍ରଥମ ଦିନରେ ଖେଳାଯାଇଥିବା ୩ ରାଉଣ୍ଡରୁ ମହିଳାରେ ଫିଡେ ମାଷ୍ଟର ସାଇନା ସାଲୋନିକା ଓ ୟାଶିତା ରାଉତ ପୂରା ୩ ପଏଣ୍ଟ ପାଇ ଆଗରେ ଅଛନ୍ତି। ଏମାନଙ୍କ ପଛକୁ ସ୍ମାରକୀ ମହାନ୍ତି, ଶୂନ୍ୟଶକ୍ତା ଶତପଥି, ସ୍ମରଣିକା ନନ୍ଦ, ଜୟଲକ୍ଷ୍ମୀ ସାହୁ, କୁମାରୀ ରଶ୍ମିତା ପାତ୍ର ୨ ପଏଣ୍ଟ ଲେଖାଏଁ ପାଇଛନ୍ତି। ଅନ୍ୟପକ୍ଷରେ ୨୦ ବର୍ଷରୁ କମ୍‌ କନିଷ୍ଠ ବିଭାଗରେ ଜଗଦୀଶ ବାରିକ ପୂରା ପଏଣ୍ଟ ସହ ଆଗ୍ରଣୀ ପାଇଥିଲା ବେଳେ ନିଲ୍‌କୁ ପଟ୍ଟନାୟକ ଓ ସମ୍ବିତ ପଣ୍ଡା ଅଢେଇ ପଏଣ୍ଟ ଲେଖାଏଁ ପାଇଛନ୍ତି। ମହିଳାରେ ୨୦ ଓ କନିଷ୍ଠରେ ୧୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ରବିବାର ପ୍ରତିଯୋଗିତା ଉଦ୍‌ଯାପିତ ହେବ। ମ୍ୟାଚଗୁଡ଼ିକୁ ଫିଡେ ଆର୍ବିଟର ଜ୍ୟୋତି ଶଙ୍କର ନନ୍ଦ, ସନ୍ତୋଷ ମହାପାତ୍ର, ଭବେଶ ମହାନ୍ତି, ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ନିହାର ରଂଜନ ସାସମଲ, ତାପସ କୁମାର ମହାନ୍ତି ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe