ରାଜ୍ୟ ଓପନ୍‌ ଚେସ୍‌ ଆରମ୍ଭ: ୧୩ ଆଗୁଆ

Advertisment
ରାଜ୍ୟ ଓପନ୍‌ ଚେସ୍‌ ଆରମ୍ଭ: ୧୩ ଆଗୁଆ

ଭୁବନେଶ୍ବର: ଖୋର୍ଧା ‌ଜିଲ୍ଲା ଚେସ୍‌ ସଂଘ ଆନୁକୂଲ୍ୟରେ ବୁଧବାରଠୁ ଓଡ଼ିଶା ରାଜ୍ୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ୩ ଦିନ ଧରି ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଏସ୍ଇଜେଡ୍‌ ସ୍ଥିତ ମାଇଣ୍ଡ୍‌ଟ୍ରି ଲିମିଟେଡ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୭ ଅନ୍ତର୍ଜାତୀୟ ମାନ୍ୟତା ଖେଳାଳିଙ୍କ ସହ ୧୨୧ ଜଣ ଅଂଶଗ୍ରହଣ କରିଛନ୍ତି। ୯ ରାଉଣ୍ଡ୍‌ ବିଶିଷ୍ଟ ପ୍ରତିଯୋଗିତାର ତୃତୀୟ ରାଉଣ୍ଡ୍‌ ଶେଷରେ ୧୩ ଜଣ ୩ ପଏଣ୍ଟ୍‌ ଲେଖାଏଁ ପାଇ ଆଗୁ‌ଆ ରହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ନିଖିଳ ଓଡ଼ିଶା ଚେସ୍‌ ସଂଘ କାର୍ଯ୍ୟକାରୀ ସମିତି ସଦସ୍ୟ ଭବେଶ ମହାନ୍ତି, ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ଫିଡେ ଆର୍ବିଟର ସନ୍ତୋଷ ମହାପାତ୍ର ଏବଂ ଶିବ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe