ରାଜ୍ୟ ଓପନ୍ ଚେସ୍ ୨୬ରୁ

Advertisment
ରାଜ୍ୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ୨୪ରୁ

ଭୁବନେଶ୍ବର: ଖୋର୍ଧା ଜିଲ୍ଲା ଚେସ୍ ସଂଘ ପକ୍ଷରୁ ରାଜ୍ୟ ଓପନ୍‌ ଚେସ୍ ପ୍ରତିଯୋଗିତା ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚନ୍ଦକା ନିକଟସ୍ଥ ମାଇଣ୍ଡଟ୍ରି କଳିଙ୍ଗ ପରିସରରେ ଅନୁଷ୍ଠିତ ହେବ। ଓଡ଼ିଶାର ଯେ‌ କୌଣସି ବୟସ ବର୍ଗ ଖେଳାଳି ଏଥିରେ ଭାଗ ନେଇ ପାରିବେ। ଏଥି ପାଇଁ କୌଣସି ପ୍ରବେଶିକା ଦେୟ ଧାର୍ଯ୍ୟ କରାଯାଇନାହିଁ। ପ୍ରଥମେ ପଞ୍ଜିକୃତ କରିଥିବା ୧୫୦ ଜଣ ଖେଳାଳି ଏଥିରେ ଭାଗନେବେ। ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ସହିତ ମୋଟ ୪୫ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ।‌ ‌ସେହିଭଳି ପ୍ରତି ବର୍ଗର ଶୀର୍ଷ ୧୦ ଜଣଙ୍କ ସହିତ ମୋଟ ୧୭୫ ଚେସ୍ ପୁସ୍ତକ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଖୋର୍ଧା ଜିଲ୍ଲା ଚେସ୍ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ (୯୮୬୧୩ ୯୧୨୫୮) ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe