ରାଜ୍ୟ ପୁଲିସ ଦୌଡ଼କୁଦ ଉଦ୍‌ଯାପିତ: ଷଷ୍ଠ ବାଟାଲିୟନ, ଓଆଇଏସ୍‌ଏଫ୍‌ ଦଳଗତ ବିଜେତା

Advertisment
ରାଜ୍ୟ ପୁଲିସ ଦୌଡ଼କୁଦ ଉଦ୍‌ଯାପିତ: ଷଷ୍ଠ ବାଟାଲିୟନ, ଓଆଇଏସ୍‌ଏଫ୍‌ ଦଳଗତ ବିଜେତା

ଭୁବନେଶ୍ବର: ରାଜ୍ୟ ପୁଲିସ୍‌ ଦୌଡ଼କୁଦ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ପୁରୁଷ ବିଭାଗରେ ଓଏସ୍‌ଏପି ଷଷ୍ଠ ବାଟାଲିୟନ ଦଳଗତ ବିଜେତା ହୋଇଥିଲା ବେଳେ ଓଏସ୍‌ଏପି ଚତୁର୍ଥ ବାଟାଲିୟନ ଉପବିଜେତା ହୋଇଥିଲା। ସେହିପରି ମହିଳା ବିଭାଗରେ ଓଡ଼ିଶା ଶିଳ୍ପ ନିରାପତ୍ତା ବଳ (ଓଆଇଏସ୍‌ଏଫ୍‌) ବିଜେତା ଓ କମିସନରେଟ ପୁଲିସ୍‌ (ଏ)କୁ ଉପବିଜେତା ଟ୍ରଫି ମିଳିଥିଲା। ଶ୍ରେଷ୍ଠ ପୁରୁଷ ଖେଳାଳି ରୂପେ ଓଏସ୍‌ଏପି ଚତୁର୍ଥ ବାଟାଲିୟନ୍‌ର ଆଶୁତୋଷ କୁମାର ଓ ଶ୍ରେଷ୍ଠ ମହିଳା ଖେଳାଳି ରୂପେ କମିସନରେଟ ପୁଲିସ (ଏ)ର ବୋନିତା ଲାକ୍ରା ପୁରସ୍କୃତ ହୋଇଥିଲେ। ଏହାବାଦ୍‌ ଚଳିତ ବର୍ଷ ୬ ବିଭାଗରେ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ପୁରୁଷ ହାମର ଥ୍ରୋରେ ଯୁଗେଶ କୁମାର ଦାସଙ୍କ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନ ମଧ୍ୟ ପୂର୍ବ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ସେହିପରି ମହିଳା ଉଚ୍ଚ ଡିଆଁରେ ରଶ୍ମିତା ବେହେରା, ୨୦୦ ମିଟର ଦୌଡ଼ରେ ବୋନିତା ଲାକ୍ରା ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଭନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ମିନତୀ କୁମାରୀ ମିଶ୍ର, ଜିତେଶ କୁମାର ଦାଶ, ରଶ୍ମୀର˚ଜନ ସାହୁ, ଅଶୋକ ଦଣ୍ତସେନା, ପ୍ରମିଳାପ୍ରଭା ମିଞ୍ଜ, ସଯୁକ୍ତା ଡୁଙ୍ଗଡୁଙ୍ଗ, ମ˚ଜୁଳା ଖେସ୍‌, ବିଷ୍ଣୁ ଶ୍ରେଷ୍ଠା, ବର୍ଷା ନାଥ, ତପସ୍ବିନୀ ପଟେଲ, ଭିସ୍ତୀ ଜୟଦେବ ମଲ୍ଲିକ ଓ ଓଡ଼ିଶା ପୁଲିସ୍‌ ହକି ଦଳକୁ ଜାତୀୟସ୍ତରରେ ସଫଳତା ପାଇଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଏସ୍‌ଏପି ଷଷ୍ଠ ବାଟାଲିୟନ ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe