ରାଜ୍ୟ ପୁଲିସ କବାଡ଼ି ଓ ହ୍ୟାଣ୍ଡ୍‌ବଲ୍‌ ଉଦ୍‌ଘାଟିତ

Advertisment
ରାଜ୍ୟ ପୁଲିସ କବାଡ଼ି ଓ ହ୍ୟାଣ୍ଡ୍‌ବଲ୍‌ ଉଦ୍‌ଘାଟିତ

କଟକ: ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ୭୬ତମ ରାଜ୍ୟ ପୁଲିସ୍‌ କବାଡ଼ି ଓ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନ କବାଡ଼ିରେ ତିନିଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌ ୬୩-୩୮ରେ ଷଷ୍ଠ ଆଇଆର‌୍‌ବିକୁ, ଦ୍ବିତୀୟ ମ୍ୟାଚ୍‌ରେ ଓଏସ୍‌ଏପି ଅଷ୍ଟମ ବାଟାଲିଅନ୍‌ ୪୩-୩୩ରେ ଦ୍ବିତୀୟ ଆଇଆର‌୍‌ବିକୁ ଏବ˚ ତୃତୀୟ ମ୍ୟାଚ୍‌ରେ ପୁରୀ ୩୮-୮ରେ ଓଏସ୍‌ଏପି ପଞ୍ଚମ ବାଟାଲିଅନ୍‌କୁ ପରାସ୍ତ କରିଥିଲା। ଏଥିପୂର୍ବରୁ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲା ଓ ପ୍ରତିଷ୍ଠାନମାନଙ୍କରୁ ୨୫ କବାଡ଼ି ଓ ୧୦ ହ୍ୟାଣ୍ଡ୍‌ବଲ୍‌ ଦଳରୁ ମୋଟ ୫୦୦ରୁ ଅଧିକ ଖେଳାଳି ଅ˚ଶଗ୍ରହଣ କରିଛନ୍ତି। ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମ୍ୟାଚ୍‌ଗୁଡ଼ିକ ଲିଗ୍‌ କମ୍‌ ନକଆଉଟରେ ଖେଳାଯାଉଛି। ୨୪ ତାରିଖରେ କ୍ବାର୍ଟର ଓ ସେମି ଫାଇନାଲ୍‌ ଖେଳାଯିବା ପରେ ୨୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆୟୋଜନ ସମିତିର ଅଧ୍ୟକ୍ଷ ତଥା ଏସ୍‌ଏପି ଆଇଜି ଯତୀନ୍ଦ୍ର କୋଏଲ, ଷଷ୍ଠ ବାଟାଲିୟନ ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ରାଜ୍ୟ ପୁଲିସ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe