ରାଜ୍ୟ ଶକ୍ତିଉତ୍ତୋଳନ ଉଦ୍‌ଘାଟିତ

Advertisment

ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ କରା‌ଟେ ସ୍କୁଲ୍‌ଠ‌ାରେ ୩୧ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଆରମ୍ଭ ହୋଇଛି। ଏଥିରେ ୨୨ ଜିଲ୍ଳାରୁ ୨୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଖେଳାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ବ ଅଧିକାରୀ ଯୋଗ ଦେଇଛନ୍ତି।

ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ କରା‌ଟେ ସ୍କୁଲ୍‌ଠ‌ାରେ ୩୧ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଆରମ୍ଭ ହୋଇଛି। ଏଥିରେ ୨୨ ଜିଲ୍ଳାରୁ ୨୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଖେଳାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ବ ଅଧିକାରୀ ଯୋଗ ଦେଇଛନ୍ତି।

sfsfcczc

ଭୁବନେଶ୍ବର: ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ କରା‌ଟେ ସ୍କୁଲ୍‌ଠ‌ାରେ ୩୧ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଆରମ୍ଭ ହୋଇଛି। ଏଥିରେ ୨୨ ଜିଲ୍ଳାରୁ ୨୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଖେଳାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ବ ଅଧିକାରୀ ଯୋଗ ଦେଇଛନ୍ତି। ପ୍ରତିଯୋଗିତାକୁ ପ୍ରଦୀପ କୁମାର ପାତ୍ର, ରାନୁ ମହାନ୍ତି, ଏନ୍‌ବି ପଟ୍ଟନାୟକ, ଅନୁପମା ସ୍ବାଇଁ, ରାକେଶ ଶତପଥୀ, କୀର୍ତ୍ତନ ବେହେରା, ଚନ୍ଦ୍ର ଶେଖର ସାହୁ, ଜାଭେଦ ଅର୍ଶଦ, ବିଶ୍ବଜିତ ଜେନା, ଦେବାଶିଷ ମହାନ୍ତି, ବାବୁଲା ସାମଲ, ତନୟା ପଣ୍ଡା, ରାଜସ୍ମିତା ସାହୁ, ଦିବ୍ୟଲେଖା ମିଶ୍ର, ସ୍ବାଗତିକା ଖଟେଇ, ଅବିନାଶ ପୁନ୍ଦିର, ସପନ ମିଶ୍ର, ସନ୍ଦୀପ ଦାଶ, ମିର୍‌ ଅଜମତ୍‌ ଅଲୀ, ହିମାଂଶୁ ଶେଖର ଦାସ ଓ ଚିତ୍ତରଂଜନ ସ୍ବାଇଁ ପରିଚାଳନା କରିଥିଲେ। 

ପ୍ରଥମ ଦିନରେ ପୁରୁଷ ୫୩, ୫୯, ୬୬ କେଜି ଓଜନରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନେମାଲପୁରି ତରୁଣ, ନିଖିଳ କୁମାର ନାଗ, ଶକ୍ତିରଂଜନ ସାହୁ, ଅମିତାଂଶୁ ସାହୁ, ତେଜାନ କୁମାର ସୁନା, ହରେକୃଷ୍ଣ ମହାନ୍ତି, ସୁଜିତ କୁମାର ଗିରି, ସଚିନ ଅଭିଷେକ ନନ୍ଦ, ସୌମେନ ସେନାପତି, ସନ୍ତୋଷ ଦାସ, ଗୋପାଳ ଚନ୍ଦ୍ର ଦାସ, ନାରାୟଣ ସେଠୀ ସ୍ବର୍ଣ୍ଣ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe