ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ

ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ବର : ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉତ୍କଳ କରାଟେ ସ୍କୁଲ୍‌ଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାରେ ୧୫ ଜିଲ୍ଲାରୁ ୨୭୦ ପ୍ରତିଯୋଗୀଙ୍କ ବ୍ୟତୀତ ଓଡ଼ିଶା ପୁଲିସ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଇଂ ଚିତ୍ତରଞ୍ଜନ ସ୍ବାଇଁ, କୃଷ୍ଣଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ସାହୁ, ପ୍ରଦୀପ ପାତ୍ର, ସମରେନ୍ଦ୍ର ରାଉତରାୟ, ଚିତ୍ତରଞ୍ଜନ ମିଶ୍ର, ଗଙ୍ଗାଧର ବିଶୋଇ, କୀର୍ତ୍ତନ ବେହେରା, ରମେଶ ବିଡ଼ିକା, ବିପି ବେହେରା, ଶକ୍ତିରଞ୍ଜନ ବାରିକ, ରାକେଶ ଶତପଥି, ଗୌରୀ ମହାନ୍ତି, ତନୟା ପଣ୍ଡା ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ଏଥିରୁ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଖେଳାଳି ମନୋନୟନ କରାଯିବ।

ପ୍ରଥମ ଦିବସରେ ୫୩ କେଜି ଉପକନିଷ୍ଠ ବାଳକରେ ଅନିଲ ନାୟକ (ସୁନ୍ଦରଗଡ଼) ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଖୋର୍ଦ୍ଧାର ସୁଦର୍ଶନ ମଣ୍ଡଳ ଓ ବାଦଲ ବଳିୟାରସିଂହ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ସେହି ଓଜନ ବର୍ଗର କନିଷ୍ଠ ବାଳକରେ କଟକର ବୈଭବେଶ୍ବର ସାହୁ, ମୟୂରଭଞ୍ଜର ରିଙ୍କୁ ମହନ୍ତ, କଟକର ଅମ୍ରିତାଂଶୁ ସାହୁ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। ୫୩ କେଜି ଉପକନିଷ୍ଠ ବାଳକ ବେଞ୍ଚ୍‌ପ୍ରେସ୍‌ରେ ଦୁଇ ଖୋର୍ଦ୍ଧା ତାରକା ସୁଦର୍ଶନ ମଣ୍ଡଳ ଓ ବାଦଲ ବଳିୟାରସିଂହ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲା ବେଳେ କନିଷ୍ଠ ବାଳକରେ କଟକର ଅମ୍ରିତାଂଶୁ ସାହୁ ଓ ଖୋର୍ଦ୍ଧାର ୱାସିମ ଆକ୍ରମ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe