ରାଜ୍ୟ ରୢା‌ଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ତହସିଫ, ଶ୍ରୁତି ବିଜେତା

Advertisment
ରାଜ୍ୟ ରୢା‌ଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ତହସିଫ, ଶ୍ରୁତି ବିଜେତା

ଭୁବନେଶ୍ବର: ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଓ ତାଲିମ କେନ୍ଦ୍ର (ବିସିଟିସି) ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ରୢାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ୧୯ ବର୍ଷରୁ କମ୍‌ ବାଳକ ଏକକରେ ତହସିଫ ଖାନ୍‌ ଏବଂ ବାଳିକାରେ ଶ୍ରୁତି ସ୍ବାଇଁ ବିଜେତା ହୋଇଛନ୍ତି। ଏହି ବର୍ଗର ମିଶ୍ରିତ ଯୁଗଳରେ ଅଭିଜିତ ମହାରଣା ଓ ହର୍ଷିତ ରାଉତ, ବାଳକ ଯୁଗଳରେ ଅଭିଜିତ ଓ ଅମ୍ରିତ ମହାନ୍ତି ଏବଂ ବାଳିକା ଯୁଗଳରେ ପ୍ରଗତି ପରିଡ଼ା ଓ ବିଶାଖା ‌ଟପ୍ପୋ ବିଜେତା ହୋଇଥିଲେ।

ଅନ୍ୟାନ୍ୟ ବୟସ ବର୍ଗ ପୁରୁଷ ଏକକରେ ଜୟପ୍ରକାଶ ସିଂହ (୩୫ ବର୍ଷ), କେ ରବି ବାବୁ (୪୦ ବର୍ଷ), ମହମ୍ମଦ ହାସିମ (୪୫ ବର୍ଷ), ବିଜୟ ମହାରଣା (୫୦ ବର୍ଷ) ଓ ଅଜୟ ସାଙ୍ଗା (୫୫ ବର୍ଷ) ଟ୍ରଫି କରାୟତ୍ତ କରିଥିଲେ। ପୁରୁଷ ଯୁଗଳରେ ଜ୍ଞାନ ଚାନ୍ଦ-ମାନସ ରଂଜନ ରାଉତରାୟ (୩୫ ବର୍ଷ), କାହ୍ନୁ ଚରଣ ପଟ୍ଟନାୟକ-ଊମାଶଙ୍କର ପାଢ଼ୀ (୪୦ ବର୍ଷ), ଶ୍ରବଣ ଜମ୍ମା-ତାହିର ମହମ୍ମଦ (୪୫ ବର୍ଷ), ସମୀର କୁମାର ସାହୁ-ସଂଜୟ ରାଉତ (୫୦ ବର୍ଷ) ଏବଂ ଅଶୋକ ମଲ୍ଲିକ-ଶୁଭାଶିଷ ସାହୁ (୫୫ ବର୍ଷ) ଟ୍ରଫି ଜିତିଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଏଫ୍‌ଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, କଟକ କ୍ଲବ୍‌ ସମ୍ପାଦକ ସାତ୍ତ୍ବକୀ ବୋଷ, ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ନିଲନ କୁମାର, କଟକ ଜିଲ୍ଲା ଉନ୍ନୟନ କମିଟି ଅଧ୍ୟକ୍ଷ କାର୍ତ୍ତିକ ଦାସ, ଅୟୋଜକ ସମିତି ସମ୍ପାଦକ କମଲ ଦାସ ପ୍ରମୁଖ ଅତିଥି ଭାବେ ଯୋଗ‌ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe