ବ୍ରହ୍ମପୁର: ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଭାରୋତ୍ତୋଳନ, ବାସ୍କେଟବଲ୍ ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି। ଆଜି ବାସ୍କେଟବଲ୍ ଓ ହ୍ୟାଣ୍ଡବଲ୍ର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ଭାବେ ସମାପ୍ତ ହୋଇଛି। ୧୪ ବର୍ଷରୁ କମ୍ ବାଳକ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଭୁବନେଶ୍ବରକୁ ହରାଇ ଏବଂ ବାଳିକା ବର୍ଗରେ ଯାଜପୁର ଜିଲ୍ଲା ଗଞ୍ଜାମକୁ ହରାଇ ବିଜେତା ହୋଇଛନ୍ତି। ୧୭ ବର୍ଷରୁ କମ୍ ବାଳକରେ କେନ୍ଦୁଝର ବିଜେତା ଓ ପୁରୀ ଉପବିଜେତା ହୋଇଥିଲା। ସେହିପରି ବାଳିକାରେ ଭୁବନେଶ୍ବର ବିଜେତା ଓ ଜଗତସିଂହପୁର ଉପବିଜେତା ହୋଇଥିଲା। ୧୭ ବର୍ଷରୁ କମ୍ ବାସ୍କେଟବଲ୍ ବାଳକ ଓ ବାଳିକା ବର୍ଗରେ ଭୁବନେଶ୍ବର ବିଜେତା ହୋଇଥିବା ବେଳେ ବାଳକରେ କଟକ ଓ ବାଳିକାରେ ମାଲକାନଗିରି ଉପବିଜେତା ହୋଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୭ ବର୍ଷରୁ କମ୍ ୭୭ କେଜି ଭାରୋତ୍ତୋଳନରେ ଗଞ୍ଜାମର ସଂଯୁକ୍ତା ମହାରଣା ପ୍ରଥମ, ଢେଙ୍କାନାଳର କାଜଲ୍ କିରଣ ସାହୁ ଦ୍ବିତୀୟ, ୭୭ କେଜିରୁ ଊର୍ଦ୍ଧ୍ବ ବର୍ଗରେ ଢେଙ୍କାନାଳର ସୁଭଦ୍ରା ରାଣୀ ଜେନା, ଗଞ୍ଜାମର ରାଧାରାଣୀ ପାଣିଗ୍ରାହୀ, ଭୁବନେଶ୍ବରର ରାଜଲକ୍ଷ୍ମୀ ଦେ, ୫୮ କେଜିରେ ଢେଙ୍କାନାଳର ଶ୍ବେତାଲିନ୍ ସ୍ବାଇଁ ପ୍ରଥମ, ବଲାଙ୍ଗୀରର ଲିଜା ବାଗ୍ ଦ୍ବିତୀୟ, ଗଞ୍ଜାମର ବିଦୁସ୍ମିତା ସାହୁ ତୃତୀୟ, ୬୩ କେଜି ବର୍ଗରେ ପୁରୀର ସନ୍ତୋଷିନୀ ସିଙ୍ଗାରୀ ପ୍ରଥମ, ଗଞ୍ଜାମର ତନୀଷା ବେହେରା ଦ୍ବିତୀୟ, କର୍ମୀ ପ୍ରିୟା ମୁର୍ମୁ ତୃତୀୟ, ୪୮ କେଜିରେ ଭୁବନେଶ୍ବରର ଏଲିନା ରାୟ ପ୍ରଥମ, ଗଞ୍ଜାମର ଗାୟତ୍ରୀ ମଲ୍ଲିକ ଦ୍ବିତୀୟ, ନବରଙ୍ଗପୁରର ହରପ୍ରିୟା ନାୟକ, ୫୩ କେଜିରେ ଗଞ୍ଜାମର ସୁନିୟା ଭୂୟାଁ, ଭୁବନେଶ୍ବରର ଶୁଭଶ୍ରୀ ମାରପର୍ଚ୍ଚି, ନବରଙ୍ଗପୁରର ଜୟନ୍ତୀ ରାଠୋର, ୬୯ କେଜି ବର୍ଗରେ ଢେଙ୍କାନାଳର ରାଜଦର୍ଶନୀ ହୋତା, ଭୁବନେଶ୍ବରର ତେଜସ୍ବିନୀ ଦାସ, ଗଞ୍ଜାର ସସ୍ମିତା ସ୍ବାଇଁ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ହ୍ୟାଣ୍ଡବଲ୍ରେ ନବରଙ୍ଗପୁର, ଯାଜପୁର, କେନ୍ଦୁଝର, ଭୁବନେଶ୍ବର ବିଜେତା, ବାସ୍କେଟ୍ବଲ୍ରେ ଭୁବନେଶ୍ବରକୁ ଦ୍ବିମୁକୁଟ
ସେହିପରି ନବରଙ୍ଗପୁରର ମାଧବ ସାନ୍ତା ପ୍ରଥମ, ଗଞ୍ଜାମ ଜିଲ୍ଲାର ନିପୁନ ସେଠୀ ଦ୍ବିତୀୟ, ଭୁବନେଶ୍ବରର ଗୋବିନ୍ଦ କାବାସି ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ବାଳକ ବର୍ଗ ୮୮ କେଜିରେ ଆୟନ ପ୍ରିୟଦର୍ଶୀ ମୁଦୁଲି, ପିଭି. ଆଦିତ୍ୟ ରାଓ, ଅଂଶୁମାନ ବେହେରା, ୯୮ କେଜିରେ ମାର୍କ ନାୟକ, ସ୍ବସ୍ତିକ କହଳିଆ ଓ ଓମ୍ପ୍ରକାଶ ବେହେରା, ୯୮ରୁ ଅଧିକ କେଜିରେ ରାଜ ରାଜବୀର ଖୁଣ୍ଟିଆ, ଆଶୁତୋଷ ସେଠୀ, ୭୧ କେଜିରେ ଅମର ବେହେରା, ଅରୂପ ବେହେରା, କୃଷ୍ଣ ପଢ଼ିଆମୀ, ୭୯ କେଜିରେ ସ୍ବୟମ ନାୟକ, ଦେବାଶିଷ ପ୍ରଧାନ, ମହକ ପ୍ରଧାନ, ୬୫ କେଜିରେ ସାଇ ସୁମନ ସାହୁ, ଆକାଶ ମହାନ୍ତ, ଗଣପତି ବେହେରା, ୬୦ କେଜିରେ ହରିଶଙ୍କର ମହାନ୍ତ, ସୁବ୍ରତ ସାହୁ, ଶୁଭଙ୍କର ସେଠୀ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଉଦ୍ଯାପନୀ ଉତ୍ସବରେ ଅଲିମ୍ପିଆନ୍ କେ. ରବି କୁମାର ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ, ଭୁବନେଶ୍ବର ଓ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ, ବ୍ରହ୍ମପୁର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ତିନିଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪ବର୍ଷ ଓ ୧୭ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ।
Follow Us