ରାଜ୍ୟ ବରିଷ୍ଠ ପୁରୁଷ ହକି: କ୍ବାର୍ଟର ଫାଇନାଲ ସୂଚି ଚୂଡ଼ାନ୍ତ

New Project (2)

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚି ଚୂଡ଼ାନ୍ତ ହୋଇଯାଇଛି। ନିଜ ନିଜ ଅନ୍ତିମ ଲିଗ୍‌ ମ୍ୟାଚ୍‌କୁ ଜିତି ସୁନ୍ଦରଗଡ଼, ରାଉରକେଲା କ୍ରୀଡ଼ା ଛାତ୍ରାବାସ, ଦେବଗଡ଼, ଖୋର୍ଦ୍ଧା, ପୂର୍ବତଟ ରେଳବାଇ, ଗାଙ୍ଗପୁର ସ୍ପୋର୍ଟ୍ସ୍‌ ଏକାଡେମୀ, ଓଡ଼ିଶା ପୁଲିସ ଓ ଗାଙ୍ଗପୁର ହକି ଆସୋସିଏସନ୍‌ କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। 

WhatsApp Image 2025-09-08 at 22.36.41

ମଙ୍ଗଳବାର ସମସ୍ତ ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ସୋମବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଓ ସମ୍ବଲପୁର ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏହି ମ୍ୟାଚ୍‌ରେ ସୁନ୍ଦରଗଡ଼ ସିଧାସଳଖ ୯-୦ ଗୋଲ୍‌ରେ ବିଜୟୀ ହୋଇ ପ୍ରଥମ ଦଳଭାବେ କ୍ବାର୍ଟରଫାଇନାଲ ପ୍ରବେଶ କରିଥିଲା। 

WhatsApp Image 2025-09-08 at 22.36.42

ସେହିଭଳି ପାନପୋଷ କ୍ରୀଡ଼ା ଛାତ୍ରାବାସ ୯-୨ ଗୋଲ୍‌ରେ କିଟ୍‌ ଓ କିସ୍‌କୁ ପରାସ୍ତ କରିଥିବାବେଳେ ଦେବଗଡ଼ ୩-୦ ଗୋଲ୍‌ରେ ପାରାଦୀପ ପୋର୍ଟ୍‌ ଟ୍ରଷ୍ଟ୍‌, ଖୋର୍ଦ୍ଧା ୫-୦ ଗୋଲରେ ଝାରସୁଗୁଡ଼ା, ପୂର୍ବତଟ ରେଳବାଇ ୧୨-୨ ଗୋଲ୍‌ରେ କଟକ, ଗାଙ୍ଗପୁର ସ୍ପୋର୍ଟ୍ସ୍‌ ଏକାଡେମୀ ୯-୩ ଗୋଲ୍‌ରେ ସୁବର୍ଣ୍ଣପୁର, ଗାଙ୍ଗପୁର ହକି ଆସୋସିଏସନ୍‌ ୭-୧ ଗୋଲରେ ଢେଙ୍କାନାଳ ଏବଂ ଓଡ଼ିଶା ପୁଲିସ ୭-୧ ଗୋଲରେ ଗଞ୍ଜାମକୁ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe