ରାଜ୍ୟ ବନ୍ଧୁକଚାଳନା: ଉତ୍କଳ କରାଟେ ସ୍କୁଲ୍ ଦଳଗତ ବିଜେତା

Advertisment

ସର୍ବଭାରତୀୟ ରାଇଫଲ ସଂଘ: ରଣୀନ୍ଦର, କଲିକେଶ ପଦ ବଜାୟ ରଖିଲେ

ସର୍ବଭାରତୀୟ ରାଇଫଲ ସଂଘ: ରଣୀନ୍ଦର, କଲିକେଶ ପଦ ବଜାୟ ରଖିଲେ

ରାଜ୍ୟ ବନ୍ଧୁକଚାଳନା: ଉତ୍କଳ କରାଟେ ସ୍କୁଲ୍ ଦଳଗତ ବିଜେତା

ଭୁବନେଶ୍ବର: ଦଶମ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ଦୁଇ ଦିନ ଉତ୍କଳ କରାଟେ ସ୍କୁଲ୍ ୧୦ ମିଟର ସୁଟିଂ ରେଞ୍ଜ୍‌ରେ ଏୟାର ରାଇଫଲ ଓ ଏୟାର ପିସ୍ତଲ ଏବଂ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ୫୦ ମିଟର ସୁଟିଂ ରେଞ୍ଜ୍‌ରେ .୨୨ ରାଇଫଲ, ୨୫ ମିଟର .୨୨ ପିସ୍ତଲ ଓ .୩୨ ସେଣ୍ଟର ଫାୟାର ପିସ୍ତଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ନିର୍ଦ୍ଦେଶାବଳୀକୁ କଡ଼ା କଡ଼ି ପାଳନ କରାଯାଇଥିବା ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ପଦ୍ମଶ୍ରୀ ଦିଲୀପ ତିର୍କି ମୁଖ୍ୟ ଅତିଥି ଏବଂ ରାଜ୍ୟ ରାଇଫଲ୍ ସଂଘର ଉପସଭାପତି ରୋମିଓ କାନ୍ତ ନନ୍ଦ, ତାଳଚେର ରାଇଫଲ୍‌ କ୍ଲବ୍‌ର ଯୁଗ୍ମସଂପାଦକ ଶରତ ଚନ୍ଦ୍ର ଦେବ ଏବଂ ରାଜ୍ୟ ରାଇଫଲ୍‌ ସଂଘର ସଂପାଦକ ହରି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ‌ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସଂଘର କର୍ମକର୍ତା ବଳଭଦ୍ର ଦାସ, ଆଶିଷ ନାୟକ, ଗୌରି ମହାନ୍ତି, ସନ୍ଦୀପ ଦାସ, ରାଜ ନାରାୟଣ ଖୁଣ୍ଟିଆ ପ୍ରମୁଖ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିଲେ। ଏଥିରେ ୧୫ ଜିଲ୍ଲା ଓ ୪ ବ୍ଲକ୍‌ର ପାଖାପାଖି ୨୫୦ ପ୍ରତିଯୋଗୀ ଅଂଶଗ୍ରହଶ କରିଥିଲେ। ଏହି ପ୍ରତିଯୋଗିତାରୁ ମଧ୍ୟ ଜିଭି ମାଭଲଙ୍କର ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତା ଓ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ରାଜ୍ୟ ଦଳ ବଛାଯାଇଥିଲା। ଉତ୍କଳ କରାଟେ ସ୍କୁଲ୍ ୧୭ଟି ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ଦଳଗତ ବର୍ଗର ଗ୍ରୁପ୍ ଚାମ୍ପିଅନ୍ ହୋଇଥିଲା। ଅନ୍ୟପକ୍ଷରେ ତାଳଚେର (୮ ସ୍ବର୍ଣ୍ଣ, ୮ ରୌପ୍ୟ, ୩ କାଂସ୍ୟ) ଦ୍ବିତୀୟ ଏବଂ ସୁଟିଂ ଏଚ୍‌ପିସି (୫ ସ୍ବର୍ଣ୍ଣ, ୩ ରୌପ୍ୟ, ୬ କାଂସ୍ୟ) ତୃତୀୟ ସ୍ଥାନ ଅଧିକାର କରିଥିଲା। କୋରାପୁଟ, ଝାରସୁଗୁଡ଼ା, କଟକ, କଳାହାଣ୍ଡି କ୍ରମାନ୍ବୟରେ ଚତୁର୍ଥରୁ ସପ୍ତମ ସ୍ଥାନରେ ରହିଥିଲେ।

ସର୍ବଭାରତୀୟ ରାଇଫଲ ସଂଘ: ରଣୀନ୍ଦର, କଲିକେଶ ପଦ ବଜାୟ ରଖିଲେ
ନୂଆଦିଲ୍ଲୀ: ଦକ୍ଷ ପ୍ରଶାସକ ରଣୀନ୍ଦର ସିଂହ ଏବଂ ଓଡ଼ିଶାର ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ ସର୍ବଭାରତୀୟ ରାଇଫଲ ସଂଘ (ଏନ୍‌ଆର୍‌ଏଆଇ)ରେ ନିଜ ନିଜର ପଦକ ବଜାୟ ରଖିଛନ୍ତି। ଶନିବାର ସଂଘର ନିର୍ବାଚନରେ ରଣୀନ୍ଦର ୫୬-୩ ଭୋଟ ବ୍ୟବଧାନରେ ବିଏସ୍‌ପି ସାଂସଦ ଶ୍ୟାମ ସିଂହ ୟାଦବଙ୍କୁ ପରାସ୍ତ କରି ଚତୁର୍ଥ ଥର ଲାଗି ସଭାପତି ନିର୍ବାଚିତ ହୋଇଥିଲା ବେଳେ ପୂର୍ବତନ ବିଜେଡି ସାଂସଦ କଲିକେଶ ସଂଘର ବରିଷ୍ଠ ଉପସଭାପତି ପଦ ବଜାୟ ରଖିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପୁତ୍ର ରଣୀନ୍ଦର ୨୦୧୦ରେ ପ୍ରଥମ ଥର ଲାଗି ସଭାପତି ହୋଇଥିଲେ। କଲିକେଶଙ୍କ ବ୍ୟତୀତ ସଂଘରେ ୮ ଜଣ ଉପସଭାପତି ନିର୍ବାଚିତ ହୋଇଛନ୍ତି। ପୱନ କୁମାର ଏବଂ ସେଇଲା କାନୁନ୍‌ଗୋ ସଂଘର ଯୁଗ୍ମ ସଂପାଦକ ରହିଛନ୍ତି। ଏମାନଙ୍କ ବ୍ୟତୀତ କନ୍‌ୱାର ସୁଲ୍‌ତାନ ସିଂହ ବିନା ବାଧାରେ ସଂଘର ମହାସଚିବ ନିର୍ବାଚିତ ହୋଇଥିଲା ବେଳେ ରଣଦୀପ ମାନ୍‌ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe