ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ: ଭାଗନେଲେ ୩୦୦

Advertisment
ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ: ଭାଗନେଲେ ୩୦୦

ଭୁବନେଶ୍ବର: ସ୍ଥନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ କମ୍ପ୍ଲେକ୍ସରେ ରବିବାର ୬୩ତମ ଓଡ଼ିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହୋଇଛି। ବ‌ାହାନଗା ରେଳ ଦୁର୍ଘଟଣା ଯୋଗୁଁ ରାଜ୍ୟରେ ଶୋକ ପାଳନ କରାଯାଉଥିବାରୁ ଉଦ୍‌ଘାଟନୀ ଉତ୍ସବ ପାଳନ କରାଯାଇନଥିଲା। ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ରଂଜିତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସନ୍ତରଣ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ ଓ ସମ୍ପାଦକ ଗୋଲାପ ମହନ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୧୫ ଜିଲ୍ଲାରୁ ୯୫ ମହିଳାଙ୍କ ସହ ୩୦୦ ସନ୍ତରଣକାରୀ ଯୋଗ ଦେଇଛନ୍ତି। ପ୍ରତିଯୋଗିତା ପରିଚାଳନା ଲାଗି ୪୫ ବୈଷୟିକ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ‌ରହିଛନ୍ତି। ଏହି ୪ ଦିନିଆ ପ୍ରତିଯୋଗିତାରୁ ଜାତୀୟ ସନ୍ତରଣ ପ୍ରତିଯୋଗିତା ଲାଗି ରାଜ୍ୟ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଖେଳାଳି ଚୟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe