ରାଜ୍ୟ ସନ୍ତରଣ: ପ୍ରତ୍ୟାଶା, ଶୁଭ୍ରାନ୍ତ ଶ୍ରେଷ୍ଠ

Advertisment

ମନ୍ନତା, ଦିବ୍ୟଙ୍କା ଓ ଯଦୁ ଜିତିଲେ ୧୦ ଲେଖାଏଁ ପଦକ

ମନ୍ନତା, ଦିବ୍ୟଙ୍କା ଓ ଯଦୁ ଜିତିଲେ ୧୦ ଲେଖାଏଁ ପଦକ

ରାଜ୍ୟ ସନ୍ତରଣ: ପ୍ରତ୍ୟାଶା, ଶୁଭ୍ରାନ୍ତ ଶ୍ରେଷ୍ଠ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ବିଜୁ ପଟ୍ଟନାୟକ ସୁଇମଂ ପୁଲ୍ କଂପ୍ଲେକ୍ସରେ ଆୟୋଜିତ ୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ରାଜ୍ୟ ସନ୍ତରଣ ସଂଘ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୧୬ ଜିଲ୍ଲାରୁ ୨୨୫ ପ୍ରତିଯୋଗୀ ୧୪୦ ଇଭେଣ୍ଟ୍‌ରେ ଭାଗନେଇଥିଲେ। ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ମନ୍ନତା ମିଶ୍ର, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଓ ଯଦୁ ବୁଦେକ ପ୍ରତ୍ୟେକ ୧୦ ଲେଖାଏଁ ପଦକ ଜିତିଥିଲେ। ସେହିପରି ବରିଷ୍ଠ ବର୍ଗରେ ପ୍ରତ୍ୟାଶା ରାୟ ଓ ଶୁଭ୍ରାନ୍ତ ପାତ୍ର ୫ ଲେଖାଏଁ ପଦକ କରାୟତ୍ତ କରିଥିଲେ। ଶନିବାର ପ୍ରଥମ ଦିନରେ ୫୦ ମିଟର୍‌ ବାଳିକା ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ଚମତ୍କାର ପ୍ରଦର୍ଶନ ସହ ଜାତୀୟ ଯୋଗ୍ୟତା ଅର୍ଜନ କରିଥିଲେ।

ପୁରୁଷ ବର୍ଗରେ ଶୁଭ୍ରାନ୍ତ ପାତ୍ର ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଥିଲେ। ବିଭିନ୍ନ ବର୍ଗର ବିଜେତାମା‌ନେ ‌ହେ‌ଲେ ବାଳକ-୧ରେ ବରଗଡ଼ର ଯଦୁ ବୁଦେକ (୨୫ ପଏଣ୍ଟ୍‌), ବାଳିକା-୧ରେ ଖୋର୍ଦ୍ଧାର ଦିବ୍ୟଙ୍କା ଦିବ୍ୟଜ୍ୟୋତି (୨୫ ପଏଣ୍ଟ୍‌), ବାଳକ-୨ରେ ସମ୍ବଲପୁରର ଅଂଶୁମାନ ମେରଲି (୧୮ ପଏଣ୍ଟ୍‌), ବାଳିକା-୨ରେ କେନ୍ଦୁଝରର ମନ୍ନତା ମିଶ୍ର (୨୫ ପଏଣ୍ଟ୍‌), ବାଳକ-୩ରେ କିଟ୍‌ ଓ କିସ୍‌ର ସିଂହରାଜ ହାଂସ୍‌ଦା (୧୮ ପଏଣ୍ଟ୍‌), ପୁରୁଷରେ ଶୁଭ୍ରାନ୍ତ ପାତ୍ର (୨୩ ପଏଣ୍ଟ୍‌), ମହିଳାରେ ଭୁବନେଶ୍ବରର ପ୍ରତ୍ୟାଶା ରାୟ (୨୫ ପଏଣ୍ଟ୍‌), ବାଳକ-୪ରେ ସମ୍ବଲପୁରର ଭୌମିତ ପ୍ରଧାନ (୧୯ ପଏଣ୍ଟ୍‌) ଏବଂ ବାଳକ-୫ରେ ସମ୍ବଲପୁରର ସୁଶୋଭିତ ବେରିହା (୧୯ ପଏଣ୍ଟ୍‌)। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ମନୋଜ କୁମାର ମିଶ୍ର ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ରାଜ୍ୟ ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe