ରାଜ୍ୟ ସନ୍ତରଣ ଉଦ୍‌ଘାଟିତ: ପ୍ରଥମ ଦିନରେ ଖୋର୍ଦ୍ଧା-ଭୁବନେଶ୍ୱର, ସମ୍ବଲପୁର ଓ କିସ୍ ବିଶ୍ୱବିଦ୍ୟାଳୟର ଚମତ୍କାର ପ୍ରଦର୍ଶନ

Advertisment
ରାଜ୍ୟ ସନ୍ତରଣ ଉଦ୍‌ଘାଟିତ: ପ୍ରଥମ ଦିନରେ ଖୋର୍ଦ୍ଧା-ଭୁବନେଶ୍ୱର, ସମ୍ବଲପୁର ଓ କିସ୍ ବିଶ୍ୱବିଦ୍ୟାଳୟର ଚମତ୍କାର ପ୍ରଦର୍ଶନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଆନୁକୂଲ୍ୟରେ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ୬୪ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖୋର୍ଦ୍ଧା-ଭୁବନେଶ୍ୱର, ସମ୍ବଲପୁର ଓ କିସ୍ ବିଶ୍ୱବିଦ୍ୟାଳୟର ସନ୍ତରଣକାରୀ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୧୫୦୦ ମିଟର ଫ୍ରିଷ୍ଟାଇଲରେ ଭୁବନେଶ୍ୱରର ଅବିନାଶ କୁମାର ସିଂହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୫୦୦ ମିଟର (ବାଳକ ଗ୍ରୁପ୍-୧)ରେ କିସ୍ ବିଶ୍ୱବିଦ୍ୟାଳୟର ରାଜେଶ ସୋରେନ୍, ମହିଳା ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ଭୁବନେଶ୍ୱରର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ବାଳିକା (ଗ୍ରୁପ୍-୧)ରେ ଭୁବନେଶ୍ବରର ପ୍ରିୟଦର୍ଶିନୀ ରାଉତ, ପୁରୁଷ (୧୦୦ ବ୍ୟା‌କ୍‌ଷ୍ଟ୍ରୋକ୍)ରେ କଟକର ଅନମୋଲ ମହାନ୍ତି ଏବଂ ବାଳକ (ଗ୍ରୁପ୍-୩) ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଶିବାଂଶ ଶତପଥୀ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କୃତି କ୍ରୀଡ଼ାବିତ୍‌ଙ୍କୁ ପଦକ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ଇନ୍‌ସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସର ବୈଷୟିକ ନିର୍ଦ୍ଦେଶକ ଡଗ୍ଲାସ୍ ଏରିଗ୍ରେସ୍ ଯୋଗ ଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଗୋଲାପମଣି ମହନ୍ତ, କୋଷାଧ୍ୟକ୍ଷ ତଥା ବୈଷୟିକ ମୁଖ୍ୟ ସୁରେନ୍ଦ୍ର କୁମାର ନାୟକ, ଉପସଭାପତି ଅମର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆଶୁତୋଷ ନାୟକ, ରଙ୍କନିଧି ସେଠୀ, ମନୋଜ ବନ୍‌ଛୋର ଓ ସହଯୋଗୀମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅଲିମ୍ପିଆନ୍ ସନ୍ଦୀପ ସେଜୱାଲ (ଜେଏସଡବ୍ଲ୍ୟୁ) ପ୍ରତିଯୋଗିତା ଆୟୋଜନରେ ସହଯୋଗର ହାତ ବଢାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe