ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୧ ଇନ୍ଡୋର୍ ହଲରେ ଗୁରୁବାରଠାରୁ ଦ୍ୱାଦଶ କେଡିଟିଏ ରାଜ୍ୟ ମାନ୍ୟତା ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ୧୦ ଜିଲ୍ଲା ଏବଂ ପ୍ରତିଷ୍ଠାନରୁ ୫୦ ବାଳିକାଙ୍କ ସହିତ ୧୬୦ ଜଣ ଭାଗ ନେଇଛନ୍ତି। ପ୍ରଥମ ଦିନରେ ମହିଳା ଏକକରେ ଅନନ୍ୟା ବସାକ, ନିକିତା ପଟ୍ଟନାୟକ, ୟୋଶିତା ଜାମୁଲ୍ଲା, ଗୀତାଞ୍ଜଳି ହେୟାଲ୍, ଗାୟତ୍ରୀ ମିତ୍ର କ୍ୱାର୍ଟରଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେହିଭଳି କନିଷ୍ଠ ବାଳକ ବର୍ଗରେ ସାହିଲ ଭୂୟାଁ, ଅବିନାଶ ତ୍ରିପାଠୀ, ଓମ୍ ପ୍ରକାଶ ରାଓ, ମୋହିତ ଦେହୁରାୟ, ଏସ୍ ଆର୍ ପତି, ଶାଶ୍ୱତ ବଳ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଯାଇଛନ୍ତି। ଉପ କନିଷ୍ଠ ବାଳିକାରେ ଶ୍ୱେତପଦ୍ମା ଦଳାଇ, ସ୍ମୃତି ମିଶ୍ର, ଭାବ୍ୟା ଭରଦ୍ୱାଜ, ସୁଶ୍ରୀ ପଟ୍ଟନାୟକ, ସୁକୃତି ଭଗତ, ସାନିଆ ମିଶ୍ର, ବୈଶାଖୀ ବଳ, ନନ୍ଦିନୀ ବିଶ୍ୱାଳ, ଏବଂ କନିଷ୍ଠ ବାଳିକାରେ ଅନନ୍ୟା ବସାକ, ସୂର୍ଯ୍ୟସ୍ମିତା ଅପରାଜିତା, ୟୋଶିତା ଜାମୁଲା, ଗାୟତ୍ରୀ ମିତ୍ର, ସୁଶ୍ରୀ ପଟ୍ଟନାୟକ, ପାୟଲ ପାଣି, ନନ୍ଦିନୀ ବିଶ୍ୱାଳ, ସ୍ୱିକୃତି ଭଗତ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଟେବୁଲ୍ ଟେନିସ୍ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ପୂର୍ବତନ ଜାତୀୟ ବିଜେତା ତଥା ଅର୍ଜୁନ ପୁରସ୍କାର ବିଜେତା ଅରୂପ ବସାକ, ପ୍ରଶାସନିକ ଅଧିକାରୀ ଏସ୍ସି ମହାରଣା ଏବଂ ଖୋର୍ଧା ଜିଲ୍ଲା ଟେବୁଲ ଟେନିସ୍ ସଂଘ ସମ୍ପାଦକ ସ୍ମୃତି ରଂଜନ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us