ଭୁବନେଶ୍ବର: ଖୋର୍ଧା ଜିଲ୍ଲା ଟେବୁଲ ଟେନିସ୍ (ଟିଟି) ସଂଘ ଆନୁକୂଲ୍ୟରେ ସହିଦନଗର ଇନ୍ଡୋର ହଲ୍ରେ ଆୟୋଜିତ ତ୍ରୟୋଦଶ ରାଜ୍ୟ ମାନ୍ୟତା ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ପୁରୁଷ ଏକକରେ ଆସିଫ୍ ହକ୍ ଏବଂ ମହିଳା ଏକକରେ ମୟୂରୀ ଚାଟାର୍ଜୀ ଟ୍ରଫି କରାୟତ କରିଛନ୍ତି। ଫାଇନାଲ୍ରେ ଆସିଫ୍ ୪-୨ରେ ବିକାଶ କୁମାର ସିଂହଙ୍କୁ ଏବଂ ମୟୂରୀ ୪-୨ରେ ସମର୍ଥା ପୃଷ୍ଟିଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ୟୁଥ୍ ବାଳକ ଫାଇନାଲ୍ରେ ଆର୍ଯ୍ୟଶଙ୍କର ମହାପ୍ରଶସ୍ଥଙ୍କୁ ୪-୧ରେ ପରାସ୍ତ କରି ସାହିଲ ସୁମନ ଭୂୟାଁ ବିଜେତା ହୋଇଛନ୍ତି। ଭେଟେରାନ୍ (୪୦ରୁ ଅଧିକ ବୟସ)ରେ ଆଲ୍ବର୍ଟ କିଣ୍ଡୋଙ୍କୁ ୩-୨ରେ ସୁଜିତ୍ ରୟ, ଭେଟେରାନ୍ (୫୦ରୁ ଅଧିକ ବୟସ) ରେ ଲିଙ୍ଗରାଜ ଭଞ୍ଜଙ୍କୁ ୩-୧ରେ ହରାଇ ଦେବାଶିଷ ଗୋପେ, ଭେଟେରାନ୍ (୬୦ରୁ ଅଧିକ ବୟସ)ରେ ବିଜନ ଦାସମହାପାତ୍ରଙ୍କୁ ୩-୦ରେ ପରାସ୍ତ କରି ରବୀନ୍ଦ୍ର କୁମାର ସାହୁ, ଭେଟେରାନ୍ ଯୁଗଳରେ ଦେବାଶିଷ ଗୋପେ-ଲିଙ୍ଗରାଜ ଭଞ୍ଜଙ୍କୁ ହରାଇ ପିକେ ସାମନ୍ତରାୟ-ସ୍ମୃତିରଞ୍ଜନ ଦାସ ବିଜେତା ହୋଇଛନ୍ତି। କର୍ପୋରେଟ୍ କପ୍ ପୁରୁଷ ଏକକରେ ଶୁଭବ୍ରତ ଖାନ୍ଙ୍କୁ ପରାସ୍ତ କରି ଅନିର୍ବାଣ ରୟ ଟ୍ରଫି ଜିତିଛନ୍ତି। ସୁରେଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲା ବେଳେ ପ୍ରଦୀପ କୁମାର ସାମନ୍ତରାୟ, ସ୍ମୃତିରଞ୍ଜନ ଦାସ, ଶଶାଙ୍କ ମହାପାତ୍ର, ବିଜନ ଦାସମହାପାତ୍ର, ରମାକାନ୍ତ ସାହୁ, ଅଶୋକ କୁମାର ପାଣି, ନିରଞ୍ଜନ ସେଠୀ ଓ ନରେନ୍ଦ୍ର କୁମାର ପାଲ୍ ଉତ୍ସବରେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us