ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କକ୍ଷରେ ଚାଲିଥିବା ୭୨ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ଏଥିରେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଗଞ୍ଜାମ ବିଜେତା ହୋଇଛି। ଯୁବ ଓ କନିଷ୍ଠରେ ଢେଙ୍କାନାଳ ଏବଂ ବରିଷ୍ଠରେ ଖୋର୍ଦ୍ଧା ପ୍ରଥମ ରନର୍ସଅପ୍ ହୋଇଛି। ଯୁବ ଓ କନିଷ୍ଠ ବାଳକରେ ଢେଙ୍କାନାଳର ସୁବ୍ରତ ନାଏକ ଏବଂ ବରିଷ୍ଠ ପୁରୁଷରେ ମୁନା ନାଏକ ଶ୍ରେଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିଲେ।
ଯୁବ ଓ କନିଷ୍ଠ ବାଳିକାରେ ନବରଙ୍ଗପୁରର ମୀନା ସାନ୍ତା (ବି) ଏବଂ ବରିଷ୍ଠରେ ମୟୂରଭଞ୍ଜର ସ୍ନେହା ସୋରେନ ଶ୍ରେଷ୍ଠ ଭାରୋତ୍ତୋଳିକା ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍ ସଂଘ ସଭାପତି ସମୀର ମହାନ୍ତି ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ଅତିଥି ଭାବେ ରାଜ୍ୟ ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ଜାତୀୟ ସଂଘ କୋଷାଧ୍ୟକ୍ଷ ପ୍ରଦୀପ ଶର୍ମା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ଡ. ୟେଦୁଲା ବିଜୟ ଉପସ୍ଥିତ ଥିଲେ।
Follow Us