ରାଜ୍ୟ ମହିଳା ଚେସ୍‌: ସାଇନା ମୁକୁଟ ଜିତିଲେ ପ୍ରଥମ ଥର, ୟାଶିତା ରନର୍‌ସ ଅପ୍‌

Advertisment
ରାଜ୍ୟ ମହିଳା ଚେସ୍‌: ସାଇନା ମୁକୁଟ ଜିତିଲେ ପ୍ରଥମ ଥର, ୟାଶିତା ରନର୍‌ସ ଅପ୍‌

ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ପକ୍ଷରୁ ଚାଲିଥିବା ବିଭିନ୍ନ ବର୍ଗର ରାଜ୍ୟ ଚେସ୍ ପ୍ରତିଯୋଗିତାର ବରିଷ୍ଠ ମହିଳା ବର୍ଗରେ ଡବ୍ଲ୍ୟୁଏଫଏମ୍‌ ସାଇନା ସଲୋନିକା ପ୍ରଥମ ଥର ବିଜୟିନୀ ହୋଇଛନ୍ତି। ୬ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇନା (୨୨୦୬) ଅପରାଜିତ ରହି ୫.୫ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଥିଲେ। ଅନ୍ୟତମ ଅପରାଜେୟ ଖେଳାଳି ୟାଶିତା ରାଉତ (୧୩୫୯) ୫ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହି ରନର୍‌ସ ଅପ୍‌ ହୋଇଥିଲେ। ଉଭୟ ସାଇନା ଓ ୟାଶିତା ଚତୁର୍ଥ ରାଉଣ୍ଡରେ ପରସ୍ପରକୁ ଭେଟିଥିବା ବେଳେ ଏହି ମୁକାବିଲା ରୋମାଞ୍ଚକ ଭାବେ ଅମୀମାଂସିତ ରହିଥିଲା। ବିଜୟିନୀ ହେବା ବାଟରେ ସାଇନା ପ୍ରତ୍ୟାଶା ଜେନା, ଅନାମିକା ଅନନ୍ୟା, ସ୍ମାରକୀ ମହାନ୍ତି, ଶୂନ୍ୟାସକ୍ତା ଶତପଥୀ, ପ୍ରକୃତି ରାଉତଙ୍କୁ ପରାସ୍ତ କରିଥିବା ବେଳେ କେବଳ ୟାଶିତାଙ୍କ ବିପକ୍ଷ ମୁକାବିଲା ଅମୀମାଂସିତ ରଖିଥିଲେ।

ଅନ୍ୟପକ୍ଷରେ ୟାଶିତା ରନର୍‌ ଅପ୍‌ ହେବା ପଥରେ ଶୁଭସ୍ମିତା ପ୍ରିୟଦର୍ଶିନୀ, ଲୋପାମୁଦ୍ରା ରାଉତରାୟ, ଶୂନ୍ୟାସ୍କା ଶତପଥୀ, ରଶ୍ମିତା ପାତ୍ରଙ୍କୁ ପରାସ୍ତ କରିଥିବା ବେଳେ ସାଇନା ଓ ସ୍ମାରକୀଙ୍କ ବିପକ୍ଷରେ ଦୁଇଟି ଗେମ୍‌ ଅମୀମାଂସିତ ରଖିଥିଲେ। ଏଥି ସହ ଉଭୟ ସାଇନା ଓ ୟାଶିତା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗ‌ିତାରେ (ଜୁଲାଇ ୨୨-୨୪) ଓଡ଼ିଶାର ପ୍ରତିନିଧିତ୍ବ କରିବା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ମାରକୀ ମହାନ୍ତି (୪.୫), ଶୂନ୍ୟାସକ୍ତା ଶତପଥୀ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ରଶ୍ମିତା କୁମାରୀ ପାତ୍ର (ପ୍ରତ୍ୟେକ ୪ ପଏଣ୍ଟ୍‌), ପ୍ରତ୍ୟାଶା ଜେନା, ପ୍ରକୃତି ରାଉତ (ପ୍ରତ୍ୟେକ ୩.୫ ପଏଣ୍ଟ୍‌), ଅନାମିକା ଅନନ୍ୟା ଓ ଜୟଲକ୍ଷ୍ମୀ ସାହୁ (ପ୍ରତ୍ୟେକ ୩ ପଏଣ୍ଟ୍‌) କ୍ରମାନ୍ବୟରେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe