ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ଚେସ୍ ସଂଘ ଏବଂ ଏଓସିଏ ସହଯୋଗରେ ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ (ଓପନ୍ ଓ ବାଳିକା) ପ୍ରତିଯୋଗିତା ଅକ୍ଟୋବର ୧ ଓ ୨ ତାରିଖରେ କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଊର୍ଧ୍ବ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗନେବେ। ଶ୍ରେଷ୍ଠ ୨ ବାଳିକା ଏବଂ ୨ ବାଳକ ଜାତୀୟ ୧୧ ବର୍ଷରୁ କମ୍ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡଃ ବୈଷ୍ଣବ ପରିଡ଼ା ସ୍ମାରକୀ ଚେସ ପ୍ରତିଯୋଗିତା ଅକ୍ଟୋବର ୨ ଓ ୩ ତାରିଖରେ ଖେଳାଯିବ। ଏଥିରେ କେନ୍ଦ୍ରାପଡା ଜିଲ୍ଲାର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି ସୂଚନା ଦେଇଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/03/chess17.jpg)