ଫୁଟ୍‌ବଲର୍‌ଙ୍କୁ ବାହାହେଲେ ଷ୍ଟିଫେନ୍‌ସ

Advertisment
ଫୁଟ୍‌ବଲର୍‌ଙ୍କୁ ବାହାହେଲେ ଷ୍ଟିଫେନ୍‌ସ

ଫ୍ଲୋରିଡା: ଆମେରିକା ଟେନିସ ଲଳନା ସ୍ଲୋଆନେ ଷ୍ଟିଫେନ୍ସ ନୂଆ ବର୍ଷ ଦିନ ଫୁଟ୍‌ବଲ୍‌ ତାରକା ଜୋଜି ଅଲ୍‌ଟି‌ଡୋର୍‌ଙ୍କୁ ବିବାହ କରିଛନ୍ତି। ୨୦୧୭ ୟୁଏସ୍‌ ଓପନ୍‌ ବିଜୟିନୀ ଷ୍ଟିଫେନ୍ସ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ପତିଙ୍କ ସହ ବିବାହ ବେଳର ଏକ ଫଟୋ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ ନବଦମ୍ପତି ହାତକୁ ହାତ ଧରି ଚାଲିଥିବାର ଦୃଶ୍ୟ ରହିଛି। ଏହାର ଶିରୋନାମାରେ ‌ସେ କେବଳ ୧.୧.୨୨ ଲେଖିଥିଲେ। ଯାହା ଚଳିତ ମାସ ପହିଲା (ଶନିବାର) ଅଥବା ନବବର୍ଷରେ ଉଭୟ ବିବାହ କରିଥିବା ସୂଚନା ମିଳିଛି। ଷ୍ଟିଫେନ୍ସ ୨୦୧୯ ଏପ୍ରିଲ୍‌ରେ ନିର୍ବଦ୍ଧ ବିଷୟରେ ଘୋଷଣା କରିଥିଲେ। ଏହି ଫଟୋ ପୋଷ୍ଟ ପରେ ନବଦମ୍ପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ୨୮ ବର୍ଷୀୟା ଷ୍ଟିଫେନ୍ସ ୨୦୧୭ରେ ୟୁଏସ୍‌ ଓପନ୍‌ ଜିତିଥିଲା ବେଳେ ୨୦୧୮ରେ ଜୀବନର ଶ୍ରେଷ୍ଠ ମାନ୍ୟତା ତୃତୀୟ ସ୍ଥାନ ଅଧିକାର କରିଥିଲେ। ୩୨ ବର୍ଷୀୟ ଅଲ୍‌ଟିଡୋର୍‌ ଟ‌ରୋଣ୍ଟୋ ଏଫ୍‌ସି ଏବଂ ୟୁଏସ୍‌ ଜାତୀୟ ଦଳ ପକ୍ଷରୁ ୧୧୫ ମ୍ୟାଚ୍‌ ଖେଳି ୪୨ ଗୋଲ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe