Times of India
ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍ସି ଇଂଲିସ ଡିଫେଣ୍ଡର ଷ୍ଟିଭେନ୍ ଟେଲରଙ୍କୁ ଗୋଟିଏ ବର୍ଷ ଲାଗି ଦଳରେ ନେଇଛି। ତାଙ୍କ ଚୁକ୍ତିକୁ ଆଉ ଗୋଟିଏ ବର୍ଷ ବଢ଼ାଇବା ଲାଗି ମଧ୍ୟ ବିକଳ୍ପ ରଖିଛି। ବରିଷ୍ଠ ବର୍ଗରେ ସେ ୨୦୦୩-୦୪ ଋତୁରେ ଇଂଲିସ କ୍ଲବ୍ ନ୍ୟୁକାଷ୍ଟଲ ୟୁନାଇଟେଡ୍ରୁ ପଦାର୍ପଣ କରିଥିଲେ। ଲଣ୍ଡନ ଜନ୍ମିତ ଏହି ଫୁଟ୍ବଲ୍ ତାରକା ଇଂଲଣ୍ଡ ‘ବି’ ଏବଂ ଅନ୍ୟ ଇଂଲିସ୍ କ୍ଲବ୍ ୱିକମ୍ବ୍ ୱାଣ୍ଡର୍ସ ଏଫ୍ସି, ଇପ୍ସ୍ବିଚ୍ ଟାଉନ ଏଫ୍ସି ଓ ପିଟରବୋରୋ ୟୁନାଇଟେଡ୍ ଏଫ୍ସି ପକ୍ଷରୁ ଖେଳିଛନ୍ତି। ସେହିପରି ସେ ଇଂଲଣ୍ଡ ୧୬, ୧୭, ୨୦ ଓ ୨୧ ବର୍ଷରୁ କମ୍ ଦଳରୁ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି।
Follow Us