ଷ୍ଟିଭ୍‌ ଡେଭିସ୍‌ କପ୍‌: ସେମିରେ ସୁବ୍ରତ ଓ ସୌଭାଗ୍ୟ

Advertisment
ଷ୍ଟିଭ୍‌ ଡେଭିସ୍‌ କପ୍‌: ସେମିରେ ସୁବ୍ରତ ଓ ସୌଭାଗ୍ୟ

ଭୁବନେଶ୍ୱର: ରାଞ୍ଚିରେ ଆୟୋଜିତ ଷ୍ଟିଭ୍‌ ଡେଭିସ୍‌ କପ୍‌ରେ ବିଲିଆର୍ଡସ ବିଜେତା ହୋଇଥିବା ଓଡ଼ିଶା କ୍ୟୁ ତାରକା ସୁବ୍ରତ ଦାସ ଓ ଅନ୍ୟତମ ଓଡ଼ିଆ ସୌଭାଗ୍ୟ ବେହେରା ୧୦ ରେଡ୍‌ ସ୍ନକର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସୁବ୍ରତ ୨-୧ରେ ପ୍ରତୀକ ଲାଲଙ୍କୁ, ପ୍ରିକ୍ୱାର୍ଟରରେ ୨-୦ରେ ଅର୍ମନ୍‌ ସିଂହଙ୍କୁ ଏବଂ କ୍ୱାର୍ଟରରେ ୨-୧ରେ ରୋହନ ସିଂହଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା ବେଳେ ସୌଭାଗ୍ୟ ୨-୦ରେ ସାନ୍ତନୁ ବଜାଜଙ୍କୁ, ପ୍ରିକ୍ୱାର୍ଟରରେ ୨-୦ରେ ଜଗଜ୍ୟୋତ୍‌ ସିଂହଙ୍କୁ ଏବଂ କ୍ୱାର୍ଟର ଫାଇନାଲ୍‌ରେ ତୁଷାର ଶ୍ରେଷ୍ଠଙ୍କୁ ୨-୧ରେ ପରାସ୍ତ କରି ସେମି ସ୍ଥାନ ପକ୍କା କରିଛନ୍ତି। ବୁଧବାର ସେମିଫାଇନାଲ୍‌ ଖେଳାଯିବ। ଉଭୟ ସୁବ୍ରତ ଓ ସୌଭାଗ୍ୟ ନିଜ ନିଜର ସେମିଫାଇନାଲ୍‌ ମୁକାବିଲା ଜିତିନେଲେ ଓଡ଼ିଶାକୁ ୧୦ ରେଡ୍‌ ଟ୍ରଫି ମିଳିବା ନିଶ୍ଚିତ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe