ଷ୍ଟୋକ୍ସ, ରାହୁଲ, ମନୀଷ ମାଲାମାଲ

Advertisment

ଗେଲ୍‌, ମାଲିଙ୍ଗା, ରୁଟ୍‌ ବିକ୍ରି ହେଲେନି

ଗେଲ୍‌, ମାଲିଙ୍ଗା, ରୁଟ୍‌ ବିକ୍ରି ହେଲେନି

ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍‌ସ

File photo dated 09-06-2017 of England's Ben Stokes PRESS ASSOCIATION Photo. Issue date: Thursday September 28, 2017. A video that allegedly shows Ben Stokes throwing punches in a street fight emerged on the day he was selected for England's Ashes squad. See PA story CRICKET England. Photo credit should read Mike Egerton/PA Wire.

ଭୁବନେଶ୍ୱର: ଆଇପିଏଲ୍‌-୨୦୧୮ ଲାଗି ବେଙ୍ଗାଲୁରୁରେ ବସିଥିବା ଖେଳାଳି ହାଟର ପ୍ରଥମ ଦିନରେ କେତେକ ଯୁବ ଏବଂ ନବାଗତ ଖେଳାଳି ଆଖି ଖୋସି ହୋଇଗଲା ଭଳି ଦରରେ ବିକ୍ରି ହୋଇଛନ୍ତି। ହେଲେ ଅନେକ ପୁରୁଖା ତଥା ଲୋକପ୍ରିୟ ଖେଳାଳିଙ୍କୁ କିଣିବା ଲାଗି କୌଣସି ଦଳ ଆଶ୍ଚର୍ଯ୍ୟଜନକ ଭାବେ ଆଗ୍ରହ ପ୍ରକାଶ କରି ନାହାନ୍ତି। ଶନିବାର ପ୍ରଥମ ଦିନରେ ମୋଟ ୧୦୯ ଜଣ ଖେଳାଳି ନିଲାମ ହାତୁଡ଼ି ତଳକୁ ଯାଇଥିଲେ। ସେଥିମଧ୍ୟରୁ ୭୮ ଜଣ ବିକ୍ରି ହୋଇଥିଲା ବେଳେ ୩୧ ଜଣଙ୍କୁ କେହି କିଣି ନଥିଲେ।

େଓ୍ଵଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ଟେ୍ଵଣ୍ଟି-୨୦ର ସର୍ବାଧିକ ରନ୍‌ ସଂଗ୍ରହକାରୀ କ୍ରିସ୍‌ ଗେଲ୍‌, ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌, ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ମୁରଲୀ ବିଜୟ, ଦକ୍ଷିଣ ଆଫ୍ରିକାର ହାସିମ ଆମଲା, ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ, ଅଷ୍ଟ୍ରେଲିଆର ଜେମ୍ସ ଫକନର ଏବଂ ଆଇପିଏଲ୍‌ର ସଫଳତମ ବୋଲର ଲସିଥ ମାଲିଙ୍ଗାଙ୍କୁ ନେବାକୁ କୌଣସି ଦଳ ନିଲାମ ନଡାକିବା କ୍ରିକେଟ୍‌ ପଣ୍ଡିତଙ୍କୁ ବିସ୍ମିତ କରିଥିଲା। ଆଜି ବିଦେଶୀ ଖେଳାଳିଙ୍କ ଅପେକ୍ଷା ଭାରତୀୟ ଯୁବ ଖେଳାଳିଙ୍କ ଚାହିଦା ଢେର ଅଧିକ ଥିଲା। ମନୀଷ ପାଣ୍ଡେ, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ପୂରା ମାଲାମଲ୍‌ ହୋଇ ଯାଇଥିଲେ। ସେପଟେ ଗୌତମ ଗମ୍ଭୀର, ଯୁବରାଜ ସିଂହ, ହରଭଜନ ସିଂହଙ୍କ ଭଳି ତାରକା ଖେଳାଳି ଆଶାଠାରୁ କମ୍‌ ମୂଲ୍ୟରେ ବିକ୍ରି ହୋଇଥିଲେ। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାନ୍‌ ୯ କୋଟି ଟଙ୍କାରେ ବିକ୍ରି ହେବା ସମସ୍ତଙ୍କୁ ବିସ୍ମିତ କରିଛି। ରସିଦ ଭାରତୀୟ କ୍ରିକେଟ୍‌ର ଦୁଇ ପ୍ରତିଭାବାନ୍‌ ବୋଲର ୟୁଜବେନ୍ଦ୍ର ଚହଲ (୬କୋଟି) ଏବଂ କୁଲଦୀପ ଯାଦବ (୫.୮ କୋଟି)ଙ୍କଠାରୁ ବହୁ ଅଧିକ ଟଙ୍କା ପାଇଛନ୍ତି। ତେବେ ମାଲିଙ୍ଗା, ଈଶାନ୍ତ ଏବଂ ଗେଲ୍‌ଙ୍କ ଭଳି ଖେଳାଳିଙ୍କ ପାଇଁ ଏବେବି ଦ୍ୱାର ଉନ୍ମୁକ୍ତ ରହିଛି। ଦୁଇ ଦିନିଆ ନିଲାମ ହୋଇଥିବାରୁ ରବିବାର ସେମାନଙ୍କ ଆଉ ଥରେ ଡକା ହେବ। ସେତେବେଳେ ଫ୍ରାଞ୍ଚାଇଜି ସେମାନଙ୍କୁ କିଣିବାର ସମ୍ଭାବନା ରହିଛି। ତୁଳନାତ୍ମକ ଭାବେ ସ୍ପିନରଙ୍କୁ ଆଜି ଭଲ ଦର ମିଳିିଛି। ବିଦେଶୀ ଖେଳଳିଙ୍କ ମଧ୍ୟରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ (୧୨.୫ କୋଟି) ସର୍ବାଧିକ ଟଙ୍କା ପାଇଥିଲା ବେଳେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମନୀଷ (୧୧ କୋଟି) ଏବଂ ରାହୁଲ (୧୧ କୋଟି) ଯୁଗ୍ମ ଦାମୀ ଖେଳାଳିର ମାନ୍ୟତା ଲାଭ କରିଛନ୍ତି। କ୍ରିସ୍‌ ଲିନ୍‌ (୯.୬ କୋଟି), ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୯ କୋଟି), ସଞ୍ଜୁ ସାମସନ (୮ କୋଟି), କେଦାର ଯାଦବ ଓ ରବିଚନ୍ଦ୍ରନ୍‌ ଅଶ୍ୱିନ (୭.୬ କୋଟି) ସର୍ବାଧିକ ଦର ପାଇଥିବା ୧୧ ଜଣ ଖେଳାଳିଙ୍କ ମଧ୍ୟରେ ରହିଥିଲେ। ଶନିବାର ନିଲାମରେ ୩ ଜଣ ଖେଳାଳି ବେନ୍‌ ଷ୍ଟୋକ୍ସ, ମନୀଷ ପାଣ୍ଡେ ଓ ଲୋକେଶ ରାହୁଲ ୧୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ।

ନାଗରକୋଟୀଙ୍କ ଆକାଶଛୁଆଁ ଦର

publive-image

publive-imageଶନିବାର ନିଲାମରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର କେତେକ ସଦସ୍ୟ ହଠାତ୍‌ କୋଟିପତି ପାଲଟି ଯାଇଥିଲେ। ଦଳର ଅଧିନାୟକ ପୃଥ୍ଵୀ ସ’ଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ ୧.୨ କୋଟି ଟଙ୍କାରେ କିଣିଥିଲା। ଅନ୍ୟପକ୍ଷରେ ଅନ୍ୟତମ ସଫଳ ସଦସ୍ୟ ଶୁଭମନ ଗିଲ୍‌ଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୧.୮ କୋଟି ଟଙ୍କାରେ ନିଜ ଦଳକୁ ନେଇଥିଲା। ହେଲେ ସବୁଠାରୁ ଅଧିକ ଦରରେ ବିକ୍ରି ହୋଇଥିଲେ ଦ୍ରୁତ ବୋଲର କମଲେଶ୍‌ ନାଗରକୋଟୀ। ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ବଲ୍‌ ପକାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ନାଗରକୋଟୀଙ୍କ ମୂଳଦର ମାତ୍ର ୨୦ ଲକ୍ଷ ଥିଲା। କୋଲକାତା ନାଇଟ୍‌ ରାଇଡର୍ସ କିନ୍ତୁ ତାଙ୍କୁ ଏହାର ୧୬ ଗୁଣ ଅର୍ଥାତ୍‌ ୩.୨ କୋଟି ଟଙ୍କାରେ କିଣିଥିଲା।

କ୍ରୁନାଲ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି

publive-imageଶନିବାର ନିଲାମରେ କ୍ରୁନାଲ ପାଣ୍ଡ୍ୟା ଇତିହାସ ରଚିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୮.୮ କୋଟି ଟଙ୍କାରେ ନିଜ ପାଖରେ ରଖିବା ପରେ ଆଇପିଏଲ୍‌ ଇତିହାସର ସେ ସବୁଠାରୁ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି ହୋଇଛନ୍ତି। ୨୦୧୬ ଋତୁରେ କ୍ରୁନାଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କା ଦେଇ କିଣିଥିଲା। ସେ ୨୩୭ ରନ୍‌ କରିବା ସହ ୬ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଗତବର୍ଷ କ୍ରୁନାଲ ୨୪୩ ରନ୍‌ କରିବା ସହ ୧୦ ଓ୍ଵିକେଟ୍‌ ନେଇଥିଲେ। ଏବର୍ଷ ତାଙ୍କୁ ନେବାକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮.୮ କୋଟି ଯାଏ ଯାଇଥିଲା। ହେଲେ ମୁମ୍ବାଇ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ବ୍ୟବହାର କରି ତାଙ୍କୁ ପାଖରେ ରଖିଥିଲା। ସେହିପରି ଅଷ୍ଟ୍ରେଲିଆର ଘରୋଇ ଟେ୍ଵଣ୍ଟି ଟେ୍ଵଣ୍ଟି ଲିଗ୍‌ ବିଗ୍‌ବାସ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ େଓ୍ଵଷ୍ଟଇଣ୍ଡିଜ୍‌ର ଯୁବ ତାରକା ଜୋଫ୍ରା ଆର୍ଚର ଅବିଶ୍ୱସନୀୟଭାବେ ୭.୨ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ତାଙ୍କୁ ରାଜସ୍ଥାନ ରୟାଲସ୍‌ କିଣି ଥିଲା। ଅନ୍ୟ ପକ୍ଷରେ ଭାରତୀୟ ଯୁବ ଓ୍ଵିକେଟ୍‌ ରକ୍ଷକ ଈଶାନ କିଶନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୬.୨ କୋଟି ଟଙ୍କାର ମୋଟା ଅଙ୍କରେ କିଣିଥିଲା। ଯାହା ଯୁବରାଜ ସିଂହ, ହରଭଜନ ସିଂହ ଓ ଗୌତମ ଗମ୍ଭୀରଙ୍କ ମିଳିତ ମୂଲ୍ୟଠାରୁ ୬୦ ଲକ୍ଷ କମ୍‌ ଥିଲା।

ଚେନ୍ନାଇରେ ଭଜି, ଦିଲ୍ଲୀକୁ ଫେରିଲେ ଗମ୍ଭୀର
ବେଶ୍‌ କିଛି ବର୍ଷ ହେବ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନିୟମିତ ସଦସ୍ୟ ରହି ଆସିଥିବା ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂହ ଏଥର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ନ ରଖିବା ପରେ ଚେନ୍ନାଇ ଭଜିଙ୍କୁ ସୁପର କିଙ୍ଗ୍ସ ୨ କୋଟି ଟଙ୍କାରେ କିଣିଥିଲା। ଅନ୍ୟ ପକ୍ଷରେ କୋଲକାତାକୁ ଦୁଇ ଥର ବିଜେତା କରାଇଥିବା ଗୌତମ ଗମ୍ଭୀରଙ୍କ ଦଳ ମଧ୍ୟ ବଦଳି ଯାଇଥିଲା। କୋଲକାତା ନିଲାମ ତାଲିକାକୁ ଛାଡ଼ିବା ପରେ ଦିଲ୍ଲୀ ଡେୟାର ଡେଭିଲ୍ସ ମାତ୍ର ୨ କୋଟି ୮୦ ଲକ୍ଷ ଟଙ୍କାରେ ତାଙ୍କୁ କିରିଥିଲା।
ଯୁବରାଜ ୧୬ରୁ ୨କୁ ଖସିଲେ
ତିନି ବର୍ଷ ତଳେ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଥିଲେ ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି। ଦିଲ୍ଲୀ ଡେୟାର ଡେଭିଲ୍ସ ୨୦୧୫ରେ ଯେତେବେଳେ ତାଙ୍କୁ ୧୬ କୋଟି ଟଙ୍କାରେ କିଣିଲା, ନିଜେ ଯୁବରାଜ ମଧ୍ୟ ଏହାକୁ ବିଶ୍ୱାସ କରି ପାରି ନଥିଲେ। ହେଲେ ୩ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି। ଯୁବି ଆକାଶରୁ ପାତାଳକୁ ଖସି ଆସିଛନ୍ତି। ଅର୍ଥାତ୍‌ ଶନିବାର ହୋଇଥିଲା ଆଇପିଏଲର ଏବର୍ଷର ନିଲାମରେ ଯୁବି ମାତ୍ର ୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଗତ ଋତୁରେ ଅବଶ୍ୟ ସେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳିଥିଲେ। ୨୦୧୬ରେ ହାଇଦ୍ରାବାଦ ତାଙ୍କୁ ୭ କୋଟିରେ କିଣି ଥିଲା। ଏଥର କିନ୍ତୁ ସେ କେତେକ ୧୯ ବର୍ଷରୁ କମ୍‌ ଖେଳାଳିଙ୍କଠାରୁ ବି କମ୍‌ ଦରରେ ବିକ୍ରି ହୋଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଘୋର ନିରାଶ କରିଛି।

ହାଇଦ୍ରାବାଦ କିଣିଲା ସର୍ବାଧିକ ଖେଳାଳି

publive-imageଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୧୪, ଦିଲ୍ଲୀ ଡେୟାର ଡେଭିଲ୍ସ ୧୨, ଆରସିବି ୧୧, କିଙ୍ଗ୍ସ ଏକାଦଶ ପଞ୍ଜାବ ୯, ଚେନ୍ନାଇ ସୁପରକିଙ୍ଗ୍ସ ୮, କେକେଆର ୧୦, ମୁମ୍ବାଇ ଇଣ୍ଡିଆନ୍ସ ୬ ଓ ରାଜସ୍ଥାନ ରୟାଲ୍ସ ୮ ଜଣ ଖେଳାଳି କିଣିଥିଲା। ୮ଟି ଯାକ ଦଳ ମିଳିତ ଭାବେ ୩୨୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ରବିବାର ଦ୍ୱିତୀୟ ଦିନ ପାଇଁ ଚେନ୍ନାଇ ପାଖରେ ୧୭, ଦିଲ୍ଲୀ ଡେୟାର ଡେଭିଲ୍ସ ପାଖରେ ୧୨ କୋଟି ୩୦ ଲକ୍ଷ, କିଙ୍ଗ୍ସ ଏକାଦଶ ପଞ୍ଜାବ ପାଖରେ ୨୧ କୋଟି ୯୦ ଲକ୍ଷ, କୋଲକାତା ନାଇଟ୍‌ ରାଇଡର୍ସ ପାଖରେ ୭ କୋଟି ୬୦ ଲକ୍ଷ, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫ କୋଟି ୮୦ ଲକ୍ଷ, ରାଜସ୍ଥାନ ରୟାଲ୍ସ ପାଖରେ ୨୩ କୋଟି ୫୦ ଲକ୍ଷ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୧୫ ଲକ୍ଷ ୮୫ ହଜାର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଖରେ ୭ କୋଟି ୯୫ଲକ୍ଷ ଟଙ୍କା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe