ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଓହରିଲେ ଷ୍ଟୋକ୍ସ: ଦିନିକିଆକୁ ଫେରିବେ

Advertisment
ଦିନିକିଆ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ

IndiaTV News

ଲଣ୍ଡନ : ଇଂଲଣ୍ଡ ଟେଷ୍ଟ୍‌ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଗାମୀ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ତେବେ ସେ ଦିନିକିଆ ଶୃଙ୍ଖଳାକୁ ଫେରିବେ ବୋଲି ଶୁକ୍ରବାର ଦୁଇଟି ଭିନ୍ନ ଦଳ ଘୋଷଣା କରିବା ବେଳେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) ସ୍ପଷ୍ଟ କରିଛି। ଇସିବି ଶୁକ୍ରବାର ୧୪ ଜଣିଆ ଟ୍ବେଣ୍ଟି-୨୦ ଏବଂ ୧୫ ଜଣିଆ ଦିନିକିଆ ଦଳ ଘୋଷଣା କରିଛି। ପୂର୍ବ ଘୋଷଣା ଅନୁଯାୟୀ ଜୋସ ବଟଲର୍‌ ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ ଦଳର ନେତୃତ୍ବ ନେବେ। ଘରୋଇ ଇଂଲଣ୍ଡ ଜୁଲାଇ ୭ ତାରିଖରୁ ଭ୍ରମଣକାରୀ ଭାରତ ସହ ୩ ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ମ୍ୟାଚ୍‌ ଖେଳିବ।

publive-image
ଇଂଲଣ୍ଡ ଟ୍ବେଣ୍ଟି-୨୦ ଦଳ: ଜୋସ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ହାରି ବ୍ରୁକ୍‌, ସାମ୍‌ କରନ, ରିଚାର୍ଡ ଗ୍ଲିସନ, କ୍ରିସ୍‌ ଜୋର୍ଡାନ, ଲିଆମ ଲିଭିଙ୍ଗ୍‌ଷ୍ଟୋନ, ଦାୱିଦ୍‌ ମଲାନ, ଟାଇମଲ ମିଲ୍‌ସ, ମାଥ୍ୟୁ ପର୍କିନସନ୍‌, ଜାସନ ରୟ, ଫିଲ୍‌ ସଲ୍‌ଟ, ରିସି ଟପ୍‌ଲେ, ଡେଭିଡ ୱିଲି।

ଇଂଲଣ୍ଡ ଦିନିକିଆ ଦଳ: ଜୋସ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ଜୋନାଥନ ବେୟାରଷ୍ଟୋ, ହାରି ବ୍ରୁକ୍‌, ବ୍ରାଇଡନ କାର୍ସେ, ସାମ୍‌ କରନ, ଲିଆମ ଲିଭିଙ୍ଗ୍‌ଷ୍ଟୋନ, କ୍ରେଗ୍‌ ଓଭରଟନ୍‌, ମାଥ୍ୟୁ ପର୍କିନସନ୍‌, ଜୋ ରୁଟ୍‌, ଜାସନ ରୟ, ଫିଲ୍‌ ସଲ୍‌ଟ, ବେନ୍‌ ଷ୍ଟୋକ୍ସ, ରିସି ଟପ୍‌ଲେ, ଡେଭିଡ ୱିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe