ଇଂଲଣ୍ଡ ଆସେସ୍‌ ଦଳରେ ଷ୍ଟୋକ୍ସ

Advertisment
ଇଂଲଣ୍ଡ ଆସେସ୍‌ ଦଳରେ ଷ୍ଟୋକ୍ସ

ଲଣ୍ଡନ: ଆସେସ୍‌ ଲାଗି ବୁଧବାର ଘୋଷିତ ଇଂଲଣ୍ଡ ଦଳରେ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ସାମିଲ ହୋଇଛନ୍ତି। ବ୍ରିଷ୍ଟଲରେ ରବିବାର ରାତିରେ ଘଟିଥିବା ଏକ ଘଟଣାରେ ସେଠାକାର ପୁଲିସ ଷ୍ଟୋକ୍ସଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା। ଏଥିପାଇଁ ତାଙ୍କୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଦିନିକିଆରୁ ବାଦ୍‌ ଦେଇଥିଲା। କିନ୍ତୁ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଶୃଙ୍ଖଳା ଲାଗି ୧୬ ଜଣିଆ ଦଳରେ ସ୍ଥାନ ଦେଇଛି।

କେବଳ ସେତିକି ନୁହେଁ ତାଙ୍କୁ ଦଳର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ମିଳିଛି। ଜୋଏ ରୁଟ୍‌ ଦଳର ଅଧିନାୟକ ରହିଛନ୍ତି। ଏହି ଦଳରେ ତିନି ଜଣ ନୂଆ ଖେଳାଳି ଦ୍ରୁତ ବୋଲର କ୍ରେଗ୍‌ ଓଭରଟନ୍‌, ଲେଗ୍‌ ସ୍ପିନର ମାସନ କ୍ରେନ୍‌, ଓ୍ଵିକେଟ୍‌ ରକ୍ଷକ ବେନ୍‌ ଫୋକ୍ସଙ୍କୁ ସ୍ଥାନ ମିଳିଛି। ଦଳ: ଜୋଏ ରୁଟ୍‌ (ଅଧିନାୟକ), ଆଲିଷ୍ଟର କୁକ୍‌, ମାର୍କ ଷ୍ଟୋନ୍‌ମ୍ୟାନ୍‌, ଦାଓ୍ଵିଦ ମାଲାନ, ଗ୍ୟାରି ବାଲାନ୍ସ, ଜେମ୍ସ ଭିନ୍‌ସି, ବେନ୍‌ ଷ୍ଟୋକ୍ସ, ଜନି ବେୟାରଷ୍ଟୋ, ବେନ୍‌ ଫୋକ୍ସ, ମୋଇନ ଅଲ୍ଲୀ, କ୍ରିସ୍‌ ଓ୍ଵକ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌, ଜେକ୍‌ ବଲ୍‌, ମାସନ କ୍ରେନ୍‌, କ୍ରେଗ୍‌ ଓଭରଟନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe