ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆସନ୍ତା ୫୦ ଓଭରିଆ ବିଶ୍ବକପର ନୂଆ ନାୟକ ଭାବେ ଉଭା ହୋଇ ପାରନ୍ତି। କେବଳ ବିଶ୍ବକପ୍ ନୁହେଁ, ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ଶୃଙ୍ଖଳାରେ ମଧ୍ୟ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଇଂଲଣ୍ଡ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବୁଧବାର ଏଭଳି ଆଶା ପୋଷଣ କରିଛନ୍ତି। ବ୍ରିଷ୍ଟଲ ନାଇଟ୍ କ୍ଲବ୍ ଗଣ୍ଡଗୋଳ ପରେ କିନ୍ତୁ ଷ୍ଟୋକ୍ସ ସେତେଟା ଭଲ ପ୍ରଦର୍ଶନ କରି ନାହାନ୍ତି। ଏପରିକି ଚଳିତ ଆଇପିଏଲରେ ତାଙ୍କଠାରୁ ରାଜସ୍ଥାନ ରୟାଲ୍ସ ଯାହା ଆଶା କରୁଥିଲା ଷ୍ଟୋକ୍ସ ତାର ପାଖରେ ବି ପହଞ୍ଚି ପାରି ନଥିଲେ। ତଥାପି ତାଙ୍କ ପାଖରେ ବିଶ୍ବକପ୍ ନାୟକ ହେବାର ସବୁଗୁଣ ଭରି ରହିଛି ବୋଲି ଫ୍ଲିଣ୍ଟଫ ମତ ଦେଇଛନ୍ତି। ଷ୍ଟୋକ୍ସଙ୍କ ଆତ୍ମବିଶ୍ବାସ କିନ୍ତୁ ପୂର୍ବାପେକ୍ଷା କମି ଯାଇଥିବା ସେ ସ୍ବୀକାର କରିଛନ୍ତି। ଏହାର କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋଲକାତାଠାରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କାର୍ଲୋସ୍ ବ୍ରାଥୱେଟ୍ ଷ୍ଟୋକ୍ସଙ୍କୁ ଲଗାତାର ଚାରିଟି ଛକା ମାରିବା ହୋଇପାରେ ବୋଲି ଫ୍ଲିଣ୍ଟଫ ଆଶଙ୍କା କରିଛନ୍ତି। ସେ ଆହୁରି କହିଛନ୍ତି, ବିଶ୍ବକପରେ ଷ୍ଟୋକ୍ସ ତାଙ୍କ ପୁରୁଣା ଚମକ ଫେରି ପାଇବେ। ମୁଁ ତାଙ୍କ ଖେଳକୁ ବହୁତ ପସନ୍ଦ କରେ। ଷ୍ଟୋକ୍ସଙ୍କୁ କିନ୍ତୁ ପରୁଣା କଥା ଭୁଲି ଆଗକୁ ବଢ଼ିବାକୁ ହେବ।
ଷ୍ଟୋକ୍ସ ହୋଇପାରନ୍ତି ନୂଆ ନାୟକ: ଫ୍ଲିଣ୍ଟଫ
Advertisment
Follow Us