ଦିନିକିଆ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ

Advertisment
ଦିନିକିଆ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ

IndiaTV News

ଲଣ୍ଡନ୍‌: ୩ ବର୍ଷ ତଳେ ଇଂଲଣ୍ଡକୁ ପ୍ରଥମ ଥର ଦିନିକିଆ ବିଶ୍ବକପ୍‌ ବିଜେତା କରାଇଥିବା ଅଲ୍‌ରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ ଏହି ଫର୍ମାଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଡରହାମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ତାଙ୍କର ଏହି ଫର୍ମାଟରେ ଶେଷ ମ୍ୟାଚ୍‌ ହେବ ବୋଲି ଷ୍ଟୋକ୍ସ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏପ୍ରିଲ୍ ମାସରେ ଇଂଲଣ୍ଡର ଟେଷ୍ଟ୍ ଅଧିନାୟକ ନିଯୁକ୍ତ ହୋଇଥିବା ଷ୍ଟୋକ୍ସ ୨୦୧୯ ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଫାଇନାଲ୍‌ରେ ଚମତ୍କାର ବ୍ୟାଟିଂ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୀର୍ଘ ୧୧ ବର୍ଷ ଧରି ମୁଁ ଦିନିକିଆ କ୍ରିକେଟ୍‌ରୁ ସୀମାହିନ ସ୍ମୃତି ସାଉଁଟିଛି। ତିନୋଟିଯାକ ଫର୍ମାଟ୍‌ରେ ଖେଳିବା ମୋ ପାଇଁ ଏବେ ସମ୍ଭବ ନୁହେଁ ବୋଲି ୩୧ ବର୍ଷୀୟ ଷ୍ଟୋକ୍ସ ପ୍ରକାଶ କରିଛନ୍ତି। ଆଶା ମୁତାବକ ଶରୀର ସାଥ୍‌ ଦେଉନଥିବା ଏବଂ ଅନ୍ୟ ଖେଳାଳିଙ୍କୁ ସ‌ୁଯୋଗ ଦେବା ଲକ୍ଷ୍ୟରେ ଷ୍ଟୋକ୍ସ ଏଭଳି ନିଷ୍ପତ୍ତି ନେଇଛନ୍ତି। ୫୦ ଓଭରିଆ ଫର୍ମାଟ୍‌ରେ ଷ୍ଟୋକ୍ସ ଚମତ୍କାର ଖେଳାଳି ଥିଲେ ବୋଲି ଇଂଲଣ୍ଡ ପୁରୁଷ କ୍ରିକେଟ୍‌ର ପରିଚାଳନା ନିର୍ଦେଶକ ରବ୍ କି’ ପ୍ରକାଶ କରିଛନ୍ତି।

ଏହି ନିଷ୍ପତ୍ତିରେ ପହଞ୍ଚିବା ଲାଗି ବେନ୍‌ଙ୍କୁ କଷ୍ଟ ହୋଇଥିବ ବୋଲି ସେ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ଜୀବନର ଶେଷ ଦିନିକିଆ ଅନ୍ତର୍ଜାତୀୟ ଖେଲିବା ପୂର୍ବରୁ ଷ୍ଟୋକ୍ସ ୧୦୪ ମ୍ୟାଚ୍‌ରୁ ୩୯.୪୪ ହାରରେ ୨୯୧୯ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୩ ଶତକ ଏବଂ ୨୧ ଅର୍ଦ୍ଧଶତକ ରହିଛି। ଏହା ଛଡ଼ା ‌ସେ ୮୮ ଟେଷ୍ଟରୁ ୩୬.୧୬ ହାରରେ ୧୧ ଶତକ ସହ ୫୨୮୦ ରନ୍‌ ଏବଂ ୩୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୂ ୨୦.୦୯ ହାରରେ ୪୪୨ ରନ୍‌ ସଂଗ୍ରହ କରିଛନ୍ତି। ନିଜ ମଧ୍ୟମଗତି ବୋଲିଂରେ ୧୮୨ ଟେଷ୍ଟ୍ ୱିକେଟ୍, ୭୪ ଦିନିକିଆ ୱିକେଟ୍ ଏବଂ ୧୯ ଟ୍ବେଣ୍ଟି-୨୦ ୱିକେଟ୍ ମଧ୍ୟ ଦଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe