ରାଜସ୍ଥାନ ରୟାଲ୍ସକୁ ଝଟ୍‌କା, ପ୍ରଥମାର୍ଧରେ ଖେଳିବେନି ଷ୍ଟୋକ୍ସ

Advertisment
ରାଜସ୍ଥାନ ରୟାଲ୍ସକୁ ଝଟ୍‌କା, ପ୍ରଥମାର୍ଧରେ ଖେଳିବେନି ଷ୍ଟୋକ୍ସ

Zee News

ଦୁବାଇ: ଆଇପିଏଲ୍-୧୩ ଆରମ୍ଭ ହେବାର ପାଖାପାଖି ଦୁଇ ସପ୍ତାହ ପୂର୍ବରୁ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ତାରକା ଅଲରାଉଣ୍ଡର ତଥା ଇଂଲଣ୍ଡ ବିଶ୍ବକପ୍ ବିଜୟର ନାୟକ ବେନ୍ ଷ୍ଟୋକ୍ସ ଚଳିତବର୍ଷ ଆଇପିଏଲ୍‌ର ପ୍ରଥମାର୍ଧରେ ଖେଳିନପାରନ୍ତି ବୋଲି ଜଣାପଡ଼ିଛି। ମସ୍ତିସ୍କ କର୍କଟରେ ପୀଡ଼ିତ ହୋଇ ଚକିତ୍ସିତ ହେଉଥିବା ନିଜ ପିତାଙ୍କ ପାଖରେ ରହିବାକୁ ଷ୍ଟୋକ୍ସ ଏଭଳି ନିଷ୍ପତ୍ତି ‌ନେବାକୁ ବାଧ୍ୟ ହୋଇ ପାରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଏହି କାରଣରୁ ଷ୍ଟୋକ୍ସ ମଧ୍ୟ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଅଧାରୁ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚରେ ରହୁଥିବା ନିଜ ପିତାଙ୍କ ପାଖକୁ ଚାଲି ଯାଇଥିଲେ। ନ୍ୟୁଜିଲାଣ୍ଡ ପହଞ୍ଚିବା ପରେ ସେଠାକାର ୧୪ ଦିନିଆ ସଙ୍ଗରୋଧ ନିୟମକୁ ସେ ଶେଷ କରି ସାରିଛନ୍ତି। ଖୁବଶୀଘ୍ର ନିଜ ପିତାଙ୍କୁ ଭେଟିବେ। ସ୍ବାଭାବିକ ଭାବେ ରୋଗଶଯ୍ୟାରେ ଥିବା ପିତାଙ୍କ ସହ କିଛି ସମୟ କାଟିବାକୁ ସେ ଚାହିବେ।

ସୂଚନାଯୋଗ୍ୟ ଯେ ଷ୍ଟୋକ୍ସଙ୍କୁ ରାଜସ୍ଥାନ ୧୨.୫ କୋଟି ଟଙ୍କାରେ କିଣିଥିଲା। ଦଳର ଅଭିଯାନ ମଧ୍ୟ ଅନେକାଂଶରେ ତାଙ୍କ ଉପରେ ନିର୍ଭର କରୁଥିଲା। ସଂପ୍ରତି ବିଶ୍ବର ଶ୍ରେଷ୍ଠ ଅଲରାଉଣ୍ଡରର ମାନ୍ୟତା ଲାଭ କରିଥିବା ଷ୍ଟୋକ୍ସ ଯବି ପ୍ରଥମାର୍ଧରେ ନ ଖେଳନ୍ତି, ତାହାଲେ ରାଜସ୍ଥାନ ଦଳ ନିଶ୍ଚିତ ଭାବେ ଦୁର୍ବଳ ହୋଇଯିବ। ତେବେ ଆନୁଷ୍ଠାନିକ ଭାବେ ଏବେ ସୁଦ୍ଧା ସେ ଦଳକୁ ଏଥି ନେଇ କୌଣସି ସୂଚନା ଦେଇ ନାହାନ୍ତି। ୨୯ ବର୍ଷୀୟ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ୬୭ ଟେଷ୍ଟ୍, ୯୫ ଦିନିକିଆ ଓ ୨୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ନିକଟରେ ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ‌ସେ ଏକାକୀ ଗୋଟିଏ ଟେଷ୍ଟ୍‌ରେ ଇଂଲଣ୍ଡକୁ ବିଜୟୀ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe