ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଗୁରୁବାର ଦ୍ବାଦଶ ଜାତୀୟ ଉପକନିଷ୍ଠ ସଫ୍ଟ ଟେନିସ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏଥିରେ ୨୧ ରାଜ୍ୟରୁ ୨୦ ବାଳିକା ଓ ୨୧ ବାଳକ ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ରିଣ୍ଟୁ ମିତ୍ର, କ୍ରୀଡ଼ା ପ୍ରଶାସକ ନବରଂଜନ ପଟ୍ଟନାୟକ, ସମାଜସେବୀ ସୁଶିଲ ପାଲ୍, ଭାରତୀୟ ସଫ୍ଟ ଟେନିସ୍ ସଂଘ ଉପସଭାପତି ଏନ୍ଜେ ନକୱାନା, କୋଷାଧ୍ୟକ୍ଷ ଏନ୍ଜେ ରେଗଡ଼ା, ଓଡ଼ିଶା ସଫ୍ଟ ଟେନିସ୍ ସଂଘ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ଦିଲୀପ କୁମାର ମହାନ୍ତି ଏବଂ ରମେଶ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ଅତିଥିଙ୍କ ମଧ୍ୟରେ ପଦ୍ମଜା ଚରଣ ଓ ଆଇଜି ଲୋକନାଥ ଉପସ୍ଥିତ ଥିଲେ।
ଉପକନିଷ୍ଠ ଜାତୀୟ ସଫ୍ଟ ଟେନିସ୍ ଉଦ୍ଘାଟିତ
Advertisment
Follow Us