୩ ଅନ୍ତର୍ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେବେ ଶୁଭମ

Advertisment
୩ ଅନ୍ତର୍ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେବେ ଶୁଭମ

ଭୁବନେଶ୍ୱର : ଆସନ୍ତା ମାସରେ ମାଳଦ୍ୱୀପରେ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଶୁଭମ ମିଶ୍ର। ଗତ ୩ ଓ ୪ ତାରିଖରେ ଗୋଆଠାରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍ ଫିଜିକ୍ ଫର ବଡିବିଲଡିଂ ଚୟନ ଶିବିରରେ ସେ ଓଡ଼ିଶାରୁ ଭାଗ ନେଇଥିଲେ।

ଏଠାରେ ସୁନ୍ଦର ପ୍ରଦର୍ଶନ ଦେବା ପରେ ଶୁଭମଙ୍କୁ ତିନି ତିନିଟି ପ୍ରତିଯୋଗିତାରେ ଭାଗନେବା ପାଇଁ ଜାତୀୟ ଚୟନ କମିଟି ମନୋନୀତ କରିଛନ୍ତି। ଫଳରେ ସେ ଦକ୍ଷିଣ ଏସିଆ ଚାମ୍ପିୟନସିପ୍‌, ନେପାଳରେ ହେବାକୁ ଥିବା ଏସୀୟ ଚାମ୍ପିୟନସିପ୍‌ ଏବଂ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ବ ଚାମ୍ପିୟନସିପ୍ ପାଇଁ ନିଜର ସ୍ଥାନ ପକ୍କା କରିଛନ୍ତି। ‌ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବାରୁ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ ଓ ସଂପାଦକ ପ୍ରସନ୍ନ ମହାସୁଆର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe