ଚଳିତ ଆଇପିଏଲ୍ ଋତୁରେ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ସହ ଥିଲେ ଓଡ଼ିଆ କ୍ରିକେଟର୍ ଶୁଭ୍ରାଂଶୁ ସେନାପତି। ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ ମଧ୍ୟ ମହେନ୍ଦ୍ର ସଂହ ଧୋନି, ମୋଇନ ଅଲ୍ଲୀଙ୍କ ଭଳି ମହାନ ଖେଳାଳିଙ୍କ ସଂସ୍ପର୍ଶରେ ଆସିବା ଏବଂ ବଡ଼ ଖେଳାଳିଙ୍କ ଗହଣରେ ରହିବାର ନିଆରା ଅଭିଜ୍ଞତା ନେଇ ଓଡ଼ିଶା ଫେରିଛନ୍ତି ସେ। ସେମାନଙ୍କଠାରୁ ବହୁ କ୍ରିକେଟ୍ କୌଶଳ ବି ଶିଖିଛନ୍ତି। ଏବେ ସାମାଜିକ ଗଣମାଧ୍ୟମରେ ଧୋନିଙ୍କ ପିଠିରେ ଚଢ଼ି ଶୁଭ୍ରାଂଶୁ ବିଜୟ ସଙ୍କେତ ଦେଖାଉଥିବାର ଭିଡିଓ ଏବଂ ଫଟୋ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଧୋନିଙ୍କ ସହ ଶୁଭ୍ରାଂଶୁ ଯେ ବ୍ୟକ୍ତିଗତ ସଂପର୍କ ଗଢ଼ି ପାରିଛନ୍ତି ତାହା ଏହି ଭିଡିଓ ଓ ଫଟୋରୁ ସ୍ପଷ୍ଟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us