ଇତିହାସ ରଚିଲେ ଓଡ଼ିଆ ତାରକା ସୁବ୍ରତ, ୨୫ ଦିନରେ ଜିତିଲେ ୩ ଓପନ୍‌ ଟ୍ରଫି

Advertisment
ଇତିହାସ ରଚିଲେ ଓଡ଼ିଆ ତାରକା ସୁବ୍ରତ, ୨୫ ଦିନରେ ଜିତିଲେ ୩ ଓପନ୍‌ ଟ୍ରଫି

ଭୁବନେଶ୍ବର: ପାଟନା ପୂର୍ବ ଭାରତ ଓପନ୍‌ ସ୍ନୁକର ଟ୍ରଫି ଜିତି ଇତିହାସ ରଚିଛନ୍ତି ଓଡ଼ିଆ ତାରକା ସୁବ୍ରତ ଦାସ। ସୋମବାର ପାଟନାସ୍ଥିତ ଆଡିକସନ୍‌ ସ୍ନୁକର ସେଣ୍ଟରରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ‌ସେ ଝାଡ଼ଖଣ୍ଡର ଆଦର୍ଶ ବର୍ମାଙ୍କୁ ୫-୩ (୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୬୯, ୬୧-୪୩) ଫ୍ରେମ୍‌ରେ ପରାସ୍ତ କରି ଟ୍ରଫି କବ୍‌ଜା କରିଥିଲେ। ଏହି ଟ୍ରଫି ସହ ସେ ଲଗାତାର ୩ ଓପନ୍‌ ଜିତି ହ୍ୟାଟ୍ରିକ କରିଥିଲେ। ମାତ୍ର ୨୫ ଦିନ ତାଙ୍କର ଏହା ତୃତୀୟ ଟ୍ରଫି। ଚଳିତ ମାସ ନଭେମ୍ବର ୩୦ରେ ସେ ପୂର୍ବତନ ଜାତୀୟ ବିଜେତା ଆଶୁତୋଷ ପାଢ଼ୀଙ୍କୁ ହରାଇ ରାଜ୍ୟ ସ୍ନୁକର ମୁକୁଟ କରିବା ‌ପରେ ଆଉ ଅଟକି ନଥିଲେ। ଚଳିତ ମାସ ଡିସେମ୍ବର‌ ୮ରେ ଗୋଲ୍ଡେନ୍‌ କିଙ୍ଗ୍‌ ଓପନ ସ୍ନୁକର ଜିତି ପରେ ଏବେ ପାଟନା ପୂର୍ବ ଭାରତ ଓପନ୍‌ ସ୍ନୁକର ଜିତି ନୂଆ କୀର୍ତ୍ତିମାନ କରିଥିଲେ। ଜୀବନ‌ର ୨୮ତମ ଟ୍ରଫି ଜିତିବା ସହ ସୁବ୍ରତ ଓଡ଼ିଶାର ସବୁଠୁ ସଫଳ ସ୍ନୁକର ତାରକା ହେବାର ଗୌରବ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe