ଫୁଲବାଣୀ କ୍ରୀଡ଼ା ଛାତ୍ରାବାସର ସଫଳତା: ଜାତୀୟ ଫୁଟ୍‌ବଲ ଦଳରେ ଅବିନାଶ, ଶିବା

Advertisment
ଫୁଲବାଣୀ କ୍ରୀଡ଼ା ଛାତ୍ରାବାସର ସଫଳତା: ଜାତୀୟ ଫୁଟ୍‌ବଲ ଦଳରେ ଅବିନାଶ, ଶିବା

ଫୁଲବାଣୀ: ଫୁଲବାଣୀ କ୍ରୀଡ଼ା ଛାତ୍ରାବାସକୁ ଏକ ବଡ଼ ସଫଳତା ମିଳିଛି। ଏହି ଛାତ୍ରାବାସର ୨ ଜଣ ଅନ୍ତେବାସୀ ଅବିନାଶ କିଶାନ୍‌ ଏବଂ ଏ ଶିବା ପ୍ରସାଦଙ୍କୁ ଭାରତୀୟ ଫୁଟ୍‌ବଲ ଦଳର ୧୭ ବର୍ଷରୁ କମ୍‌ ବର୍ଗରେ ସ୍ଥାନ ମିଳିଛି। ଏହି ଖବର ଏବେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ଅବିନାଶଙ୍କ ନିଜ ଘର ସୁନ୍ଦରଗଡ଼ ଜିଲ୍ଲାର ଚମ୍ପରା ଗାଁରେ ଏବଂ ସେ ଗତ ୨୦୧୮ ଅକ୍ଟୋବର ୫ ତାରିଖରେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇଥିଲେ।

ଏ ଶିବା ପ୍ରସାଦଙ୍କ ନିଜ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏବଂ ସେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସରେ ଗତ ୨୦୧୭ ଜୁନ୍‌ ୧୩ ତାରିଖରେ ନାମ ଲେଖାଇଥିଲେ। ଉଭୟ ଖେଳାଳିଙ୍କ କୋଚ୍‌ ହେଉଛନ୍ତି ଯଶପାଲ ଉର୍ମା। ଦୁଇ ଛାତ୍ରଙ୍କର ଏଭଳି ସଫଳତାରେ କୋଚ୍‌ ଯଶପାଲ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏହି ଦୁଇ ଛାତ୍ର ଭାରତୀୟ ଫୁଟବଲ ଦଳରେ ସ୍ଥାନ ପାଇବା ଫଳରେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିବା ସହିତ ସର୍ବଭାରତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିପାରିଛି ବୋଲି ଯଶପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe