ମନ ଜିଣିଲେ ସୁନ୍ଦରଗଡ଼ ତାରକା ସୁଦୀପ ଚିର୍‌ମାକୋ

ଗୁରୁବାର ହକି ଇଣ୍ଡିଆ ଲିଗ୍‌ର ସପ୍ତମ ମ୍ୟାଚ୍‌ ଖେଳାଯାଇଥିଲା। ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ତାରକାଖଚିତ ସୁର୍‌ମା ହକି କ୍ଲବ ଓ ୟୁପି ରୁଦ୍ରାସ୍‌ ମଧ୍ୟରେ ଖେଳାଯାଇଥିଲା।

Sudip in HIL match

Sudip in HIL match

ରାଉରକେଲାମ: ଗୁରୁବାର ହକି ଇଣ୍ଡିଆ ଲିଗ୍‌ର ସପ୍ତମ ମ୍ୟାଚ୍‌ ଖେଳାଯାଇଥିଲା। ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ତାରକାଖଚିତ ସୁର୍‌ମା ହକି କ୍ଲବ ଓ ୟୁପି ରୁଦ୍ରାସ୍‌ ମଧ୍ୟରେ ଖେଳାଯାଇଥିଲା। ତେବେ ଆଜି ମଧ୍ୟ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ଢ଼େର୍‌ କମ ଥିଲା। ପାଖାପାଖି ୪/୫  ହଜାର ଦର୍ଶକ ଆଜିର ମ୍ୟାଚ୍‌କୁ ଉପଭୋଗ କରିଥିଲେ।

ପୂର୍ବ ମ୍ୟାଚ୍‌ଭଳି ଆଜି ମଧ୍ୟ ପଡ଼ିଆକୁ ଓହ୍ଲାଇଥିଲେ ୫ ଓଡ଼ିଆ ତାରକା। ୟୁପି ପକ୍ଷରୁ ଉଦୀୟମାନ ତାରକା ସୁଦୀପ ଚିରମାକୋ, ପ୍ରଶାନ୍ତ ବାର୍ଲା ଓ ସୁନୀଳ ଯୋଯୋ ମ୍ୟାଚ୍‌ ଖେଳିଥିବାବେଳେ ସୁର୍‌ମା ପକ୍ଷରୁ ସୁନୀତ ଲାକ୍ରା ଓ ପ୍ରଦୀପ ମଣ୍ଡଳ ନିଜର ଜଲ୍‌ୱା ଦେଖାଇଥିଲେ।

ଉ‌ଲ୍ଲେଖଯୋଗ୍ୟ ଆସାମ ଜନ୍ମିତ ପ୍ରଦୀପ ଓଡ଼ିଶାର ପ୍ରତିନିଧିତ୍ବ କରୁଛନ୍ତି। ଏହି ୫ ଓଡ଼ିଆ ଖେଲାଳି ବ୍ୟକ୍ତିଗତଭାବେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ତେବେ ୟୁପି ରୁଦ୍ରାସ୍‌ର ସୁଦୀପ ଆଜିର ତାରକା ଖେଳାଳି ପାଲଟିଥିଲେ। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଏକ ଆକର୍ଷଣୀୟ ଫିଲ୍‌ଡ ଗୋଲ୍‌ ଦେଇଥିଲେ। ୟୁପି ଖେଳିଥିବା ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ଷର ମଧ୍ୟ ସୁଦୀପ ଗୋଟିଏ ଗୋଲ୍‌ ଦେଇଥିଲେ। ଲଗାତାର ଦୁଇଟି ମ୍ୟାଚ୍‌ରେ ଦୁଇଟି ଗୋଲ୍‌ଦେଇ ସୁଦୀପ ପ୍ରତିଯୋଗିତାର ଆରମ୍ଭରୁ ସ୍ବତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe