ସୁଲତାନ ଜୋହର କପ୍: ଭାରତ ୩, ପାକିସ୍ତାନ ୩

୩୧ତମ ସୁଲତାନ ଜୋହର୍ କପ୍ କନିଷ୍ଠ ହକି ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଙ୍ଗଳବାର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ଡ୍ର’ ଖେଳିଛନ୍ତି। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ ଉଭୟ ଦଳ ୩ଟି ଲେଖାଏଁ ଗୋଲ୍ ଦେଇ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି।

sfhhsfhhf

Photograph: (Olympics.com)

କ୍ବାଲାଲୁମ୍ପୁର: ୩୧ତମ ସୁଲତାନ ଜୋହର୍ କପ୍ କନିଷ୍ଠ ହକି ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଙ୍ଗଳବାର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ଡ୍ର’ ଖେଳିଛନ୍ତି। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ରେ ଉଭୟ ଦଳ ୩ଟି ଲେଖାଏଁ ଗୋଲ୍ ଦେଇ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ଆରମ୍ଭରୁ ଶେଷ ଯାଏ ନାଟକୀୟ ମୋଡ଼ ନେଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଏକଦା ୨-୦ରେ ଆଗୁଆ ଥିଲା। ହେଲେ ତୃତୀୟ କ୍ବାର୍ଟରରେ ଗୋଟିଏ ଏବଂ ଚତୁର୍ଥ କ୍ବାର୍ଟରରେ ୬ ମିନିଟ୍‌ ଭିତରେ ଦୁଇଟି ଗୋଲ୍ ଦେଇ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ୩-୨ରେ ଆଗୁଆ ହୋଇଯାଇଥିଲା।

ମ୍ୟାଚ୍ ଶେଷ ହେବାର ପାଞ୍ଚ ମିନିଟ୍ ପୂର୍ବରୁ କିନ୍ତୁ ପାକିସ୍ତାନ ନିଜ ଆକ୍ରମଣର ମାତ୍ରାକୁ ଦ୍ବିଗୁଣିତ କରି ଅମୀମାଂସିତ ସୂଚକ ଗୋଲ୍ ଅର୍ଜନ କରି ନେଇଥିଲା। ଭାରତ ପକ୍ଷରୁ ଅରାଇଜିତ ସିଂହ ହୁଣ୍ଡାଲ (୪୩), କୁଶୱା ସୌରଭ ଆନନ୍ଦ (୪୭) ଏବଂ ମନମିତ ସିଂହ (୫୩) ଗୋଲ୍ ଦେଇଥିଲା ବେଳେ ପାକିସ୍ତାନ ପକ୍ଷରୁ ଅଧିନାୟକ ସାହିଦ ହନନ (୫) ଗୋଟିଏ ଏବଂ ସୁଫିଆନ୍ ଖାନ୍ (୩୯, ୫୫) ଦୁଇଟି ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍ ପରେ ଭାରତ (୭) ପଏଣ୍ଟ୍ ତାଲିକାରେ ଅଷ୍ଟ୍ରେଲିଆ (୭) ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ (୪) ତୃତୀୟ ସ୍ଥାନ ଅଧିକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe