ନୂଆଦିଲ୍ଲୀ : ଅଲିମ୍ପିକ୍ ଅଭିମୁଖେ ଯିବାକୁ ଥିବା ଭାରତୀୟ କୁସ୍ତିଯୋଦ୍ଧା ସୁମିତ୍ ମଲ୍ଲିକ ଡୋପ୍ ଟେଷ୍ଟ୍ରେ ବିଫଳ ହେବାରୁ ନିଲମ୍ବିତ ହୋଇଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ ଶୁକ୍ରବାର ୫୦ ଦିନିଆ ଅବଗଣନା ଆରମ୍ଭ କରିଥିବା ବେଳେ ସୁମିତଙ୍କ ନିଲମ୍ବନ ଖବର ଭାରତୀୟ ଦଳକୁ ଶକ୍ତ ଧକ୍କା ଦେଇଛି। ବୁଲଗେରିଆରେ ଅନୁଷ୍ଠିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଅବସରରେ ସୁମିତ ଦେଇଥିବା ଡୋପ୍ ଟେଷ୍ଟ୍ରୁ ଏହା ଜଣାପଡିଛି। ଅଲିମ୍ପିକ୍ସ ପୂର୍ବରୁ ଡୋପ୍ ଟେଷ୍ଟରେ ଧରାପଡ଼ିବାରେ ସୁମିତ୍ ଦ୍ବିତୀୟ ହୋଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ପଞ୍ଚମ ଯାଦବ ଧରାପଡ଼ିବାରୁ ୪ ବର୍ଷ ବାସନ୍ଦ ହୋଇଥିଲେ। ସୁମିତଙ୍କୁ କିନ୍ତୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। ସୁମିତ୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଟୋକିଓ ଅଲିମ୍ପିକ୍ସର ୧୨୫ କିଲୋଗ୍ରାମ୍ ବର୍ଗ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଜୁନ୍ ୧୦ ତାରିଖରେ ତାଙ୍କ ‘ବି’ ନମୂନା ସଂଗ୍ରହ କରାଯିବା ପରେ ଏହା ଯଦି ପଜିଟିଭ୍ ଆସେ ସେ ବାସନ୍ଦ ହେବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us