ୟୁଏସ୍ ଓପନ୍ ଲାଗି ସୁମିତଙ୍କୁ ୱାଇଲ୍ଡ କାର୍ଡ

Advertisment
ୟୁଏସ୍ ଓପନ୍ ଲାଗି ସୁମିତଙ୍କୁ ୱାଇଲ୍ଡ କାର୍ଡ

Thandoratimes.com

ନ୍ୟୁୟର୍କ: ଭାରତୀୟ ଯୁବ ଟେନିସ୍‌ ତାରକା ସୁମିତ ନାଗଲ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଲାଗି ୱାଇଲ୍ଡ କାର୍ଡ ହାସଲ କରିଛନ୍ତି। ଅର୍ଥାତ୍ ସେ ଏବେ ସିଧାସଳଖ ଏହି ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ଖେଳିବାକୁ ଯୋଗ୍ୟତା ଲାଭ କରିଛନ୍ତି। କୋଭିଡ୍-୧୯ ସଙ୍କଟ ଯୋଗୁଁ ଅନେକ ଶୀର୍ଷସ୍ତରୀୟ ଖେଳାଳି ଏହି ପ୍ରତିଯୋଗିତାରୁ ଓହରିଯିବା ପରେ ଏଟିପି ମାନ୍ୟତାକୁ ଆଖି ଆଗରେ ରଖି ସୁମିତଙ୍କୁ ଆୟୋଜକ ୱାଇଲ୍ଡ କାର୍ଡ ପ୍ରଦାନ କରିଛନ୍ତି। ସଂପ୍ରତି ଏହି ଭାରତୀୟ ତାରକା ଏଟିପି ମାନ୍ୟତାର ୧୨୭ତମ ସ୍ଥାନରେ ରହିଛନ୍ତି। ୟୁଏସ୍ ଓପନ୍ ୧୨୮ ଜଣ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବାରୁ ତାଙ୍କ ନାଁ ମୁଖ୍ୟ ଡ୍ର’ରେ ସ୍ଥାନ ପାଇଛି।

ଅନ୍ୟତମ ଭାରତୀୟ ପ୍ରଜ୍ଞେସ୍ ଗଣେଶ୍ବରନ୍ (୧୩୨) କିନ୍ତୁ ବଞ୍ଚିତ ହୋଇଛନ୍ତି। ୱାଇଲ୍ଡ କାର୍ଡ ପାଇବା ପରେ ସୁମିତ କିନ୍ତୁ ଲଗାତାର ଦ୍ବିତୀୟ ବର୍ଷ ପାଇଁ ୟୁଏସ୍ ଓପନ୍ ଭଳି ସମ୍ମାନଜନକ ଟେନିସ୍ ପ୍ରତିଯୋଗିତା ଖେଳିବାର ସୁଯୋଗ ହାସଲ କରିବେ। ଗତବର୍ଷ ଏଠାକାର ଯୋଗ୍ୟତା ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତିବା ପରେ ପ୍ରଥମ ଥର ପାଇଁ ସେ କୌଣସି ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଖେଳିବାର ସୁଯୋଗ ପାଇଥିଲେ। ତେବେ ପ୍ରଥମ ରାଉଣ୍ଡରେ ନିଜ ଆଦର୍ଶ ସ୍ବିଜରଲାଣ୍ଡର ମହାନ ଖେଳାଳି ରୋଜର ଫେଡେରର୍‌ଙ୍କଠାରୁ ୬-୪, ୧-୬, ୨-୬, ୪-୬ରେ ହାରି ବିଦାୟ ନେଇଥିଲେ। ସୂଚନାଯୋଗ୍ୟ ଯେ ଚଳିତବର୍ଷର ୟୁଏସ୍ ଓପନରୁ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ନୋଭାକ ଜୋକୋଭିକଙ୍କ ସମେତ ଫେଡେରର, ରାଫେଲ ନାଦାଲ, ପୂର୍ବତନ ବିଜେତା ଷ୍ଟନିସଲାସ ୱାରିଙ୍କା ପ୍ରମୁଖ ଓହରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe