‘ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଓଡ଼ିଆ ଝିଅ ସୁମିତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Advertisment
‘ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଓଡ଼ିଆ ଝିଅ ସୁମିତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ସାରା ଦେଶର ତିନି ଜଣ ମହିଳା ରଗ୍‌ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ସେଥିମଧ୍ୟରେ ଓଡ଼ିଶା ଓ କିସ୍‌ର ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇ ଜଣ ହେଲେ ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ। ଗୋସ୍ପୋର୍ଟସ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପ୍ତି ବୋପାୟା, ଡେଲ ଇଏମସି ସିଏସଆର ମୁଖ୍ୟ ଏପି ଅର୍ଚନା ସହାୟ, ଡ୍ରିମ୍ ଇଲେଭେନ୍ ସିଏସଆର ପ୍ରବନ୍ଧକ ନେହା ଶର୍ମା ଓ ଅଭିନେତା ତଥା ଅନ୍ତର୍ଜାତୀୟ ରଗ୍‌ବି ତାରକା ରାହୁଲ ବୋଷଙ୍କୁ ନେଇ ଗଠିତ ବିଚାରକମଣ୍ଡଳି ଏହି ତିନି ଜଣଙ୍କୁ ବାଛିଥିଲେ।

ଆଜି ସୁମିତ୍ରାଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଚୟନିତ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ। ତାଙ୍କର ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି।

ଏହି ଅଭିଯାନରେ ସାମିଲ ହେବା ଲାଗି ୬୦ରୁ ଅଧିକ ମହିଳା ଖେଳାଳି ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରେରଣାଦାୟକ କ୍ରୀଡ଼ା ବ୍ୟକ୍ତିତ୍ବ ଭାବେ ବିଚାରକ ମଣ୍ଡଳି ସୁମିତ୍ରା, ବାହାଭିଜ୍ ଓ ସଂଧ୍ୟାଙ୍କୁ ବାଛିଥିଲେ। ରଗ୍‌ବି ଇଣ୍ଡିଆ ଓ କିସ୍ ପକ୍ଷରୁ ଏଥିଲାଗି ଏହି ତିନି ଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି। କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ମଧ୍ୟ ଏକ ଫେସବୁକ୍ ପୋଷ୍ଟରେ ଏମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ଅଭିଯାନ ମହିଳା ରଗ୍‌ବିର ପ୍ରସାର ଓ ପ୍ରସାର ପାଇଁ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe