ଭୁବନେଶ୍ୱର: ଗାଡ଼କଣସ୍ଥିତ ଗଡ଼େଶ୍ୱର ସ୍ପୋର୍ଟସ ଆସୋସିଏସନ୍ ଆନୁକୂଲ୍ୟରେ ଗ୍ରିନ୍ସ୍ କ୍ରିକେଟ୍ ଏକାଡେମିର ଏକ ଗ୍ରୀଷ୍ମକାଳୀନ କ୍ରିକେଟ୍ ଶିବିର ବୁଧବାରଠାରୁ ଆରମ୍ଭ ହୋଇଛି। ୩ ସପ୍ତାହ ବିଶିଷ୍ଟ ଏହି ଶିବିରରେ ୧୬ ବର୍ଷରୁ କମ୍ ବୟସ ବର୍ଗର ୪୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ପ୍ରଶିକ୍ଷକ ବ୍ରହ୍ମାନନ୍ଦ ବେହେରା (ଶକ୍ତି) ଏବଂ ଅଶୋକ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳାଳିମାନେ ପ୍ରଶିକ୍ଷଣ ନେଉଛନ୍ତି। ଉଦ୍ଘାଟନୀ ଦିବସରେ ପୂର୍ବତନ ରଣଜୀ ଖେଳାଳି ବିିବିସିସି ମହାପାତ୍ର, ସଂଜୟ ଶତପଥୀ, ହକି ତାରକା ବିନୟ କୁଜୁର ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଆଗାମୀ ଦିନରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ଓଡ଼ିଶା ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକ, ପି ଜୟଚନ୍ଦ୍ର ଏବଂ ଇଣ୍ଡିଆ ‘ଏ’ ଖେଳାଳି ବସନ୍ତ ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଗ୍ରୀଷ୍ମକାଳୀନ କ୍ରିକେଟ୍ ଶିବିର ଆରମ୍ଭ
Advertisment
Follow Us