ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ଶ୍ରଦ୍ଧାଞ୍ଜଳି

Advertisment
ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ତାଲିମ ଶିବିରରେ ବୁଧବାର ଅତିଥି ଭାବେ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଯୋଗ ଦେଇଥିଲେ। ଖୋ ଖୋ ଖେଳରୁ ଫୁଟ୍‌ବଲର୍‌ ହୋଇଥିବା ଶ୍ରଦ୍ଧାଞ୍ଜଳି ଶିବିରାର୍ଥୀଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏହି ଅବସରରେ ସେ ଖେଳାଳିମାନଙ୍କୁ ଶୃଙ୍ଖଳା, ସମୟାନୁବର୍ତିତା, ଏକାଗ୍ରତା ଏବଂ ଫୁଟ୍‌ବଲ୍‌ ପ୍ରତି ସମର୍ପିତ ଭାବ ଭଳି ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ଏଭଳି ଶିବିର ଆୟୋଜନ କରିଥିବାରୁ ସଂଘର କାର୍ଯ୍ୟକର୍ତା ଓ ସଭ୍ୟମାନଙ୍କୁ ସାଧୁବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲ୍ଲୀପ ଦାସ, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ଗିରିଜା ଦାସ ଏବଂ ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe