ଫାଇନାଲିଷ୍ଟ୍‌ ବାଛିଲା ସୁଟ୍‌ଆଉଟ୍‌: ସୁନ୍ଦରଗଡ଼-ଆର୍‌ଏସ୍‌ପି ହେବେ ମୁହାଁମୁହିଁ

Advertisment

ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଉଭୟ ସେମିଫାଇନାଲ ମ୍ୟାଚ୍‌ରେ ସୁଟ୍‌ଆଉଟ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଶନିବାର ଖେଳାଯାଇଥିବା ସେମିଫାଇନାଲର ଫଳାଫଳ ସୁଟ୍‌ଆଉଟ୍‌ରୁ ବାହାରିଛି।

ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଉଭୟ ସେମିଫାଇନାଲ ମ୍ୟାଚ୍‌ରେ ସୁଟ୍‌ଆଉଟ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଶନିବାର ଖେଳାଯାଇଥିବା ସେମିଫାଇନାଲର ଫଳାଫଳ ସୁଟ୍‌ଆଉଟ୍‌ରୁ ବାହାରିଛି।

spt

ରାଉରକେଲା: ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଉଭୟ ସେମିଫାଇନାଲ ମ୍ୟାଚ୍‌ରେ ସୁଟ୍‌ଆଉଟ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଶନିବାର ଖେଳାଯାଇଥିବା ସେମିଫାଇନାଲର ଫଳାଫଳ ସୁଟ୍‌ଆଉଟ୍‌ରୁ ବାହାରିଛି। ସୁଟ୍‌ଆଉଟ୍‌ରେ ବାଜିମାରି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ସୁନ୍ଦରଗଡ଼ ଫାଇନାଲ ପ୍ରବେଶ କରିଛନ୍ତି। ରବିବାର ଅପରାହ୍‌ଣରେ ବିିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଉଭୟ ସେମିଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେମିଫାଇନାଲରେ ଆର୍‌ଏସ୍‌ପି ଓ ଗାଙ୍ଗପୁର ହକି ଆସୋସିଏସନ୍‌ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ସାରା ଉଭୟ ଦଳର ଖେଳାଳି ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ଆର୍‌ଏସ୍‌ପିର ବଜରଙ୍ଗୀ ସିଂହ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ।

ତେବେ ଏହାର ତିନି ମିନିଟ୍‌ପରେ ଗାଙ୍ଗପୁର ହକି ଆସୋସିଏସନ୍‌କୁ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌ ସୁଯୋଗ ମିଳିଥିଲା। ଏହାକୁ ହାତଛଡ଼ା ନ କରି ଆନନ୍ଦ ହସ୍ତୀ ଗୋଲ୍‌ଦେଇ ସ୍କୋର୍‌କୁ ୧-୧ ଗୋଲ୍‌ରେ ବରାବର କରିଥିଲେ। ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଆଉ କେହି କାହାରିକୁ ଗୋଲ୍‌ ଦେବାରୁ ସକ୍ଷମ ନ ହେବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ଆର୍‌ଏସ୍‌ପି ୪-୧ ଗୋଲ୍‌ରେ ବାଜି ମାରିନେଇଥିଲା।

ସୁନ୍ଦରଗଡ଼ ହକି ସଂଘ ଓ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ମଧ୍ୟ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳର ଖେଳାଳିଙ୍କ ଏକାଧିକ ପ୍ରୟାସ ସତ୍ତ୍ବେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ସୁନ୍ଦରଗଡ଼ ପକ୍ଷରୁ ସୁଜିତ ବାର୍ଲା (୧୨) ଓ ଆଲୋକ ବାର୍ଲା (୧୫) ଏବଂ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ପକ୍ଷରୁ ଦୀପକ ପ୍ରଧାନ (୩୩) ଓ ଯୋଜିନ ମିଞ୍ଜ(୫୨) ଗୋଲ୍‌ ଦେଇଥିଲେ। ପରେ ସୁଟ୍‌ଆଉଟ୍‌ରେ ସୁନ୍ଦରଗଡ଼ ୨-୧ ଗୋଲ୍‌ରେ ଜିତି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe