Cricket: ବୌଦ୍ଧକୁ ହରାଇ ସେମିରେ ସୁନ୍ଦରଗଡ଼; ଉମେଶ ଗୌତମଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଯୁଯୁମୁରା ରେଙ୍ଗାଲିସ୍ଥିତ ଐତିହାସିକ ରଜାଚୌରି ଖେଳ ପଡ଼ିଆରେ ଜାରି ଥିବା ୨୭ତମ ଅଲ ଓଡ଼ିଶା ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ମ୍ୟାଚ୍‌ରେ ଡିସିଏ ବୌଦ୍ଧକୁ ହରାଇ ନବଜୀବନ କ୍ରିକେଟ କ୍ଲବ୍‌...

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଯୁଯୁମୁରା ରେଙ୍ଗାଲିସ୍ଥିତ ଐତିହାସିକ ରଜାଚୌରି ଖେଳ ପଡ଼ିଆରେ ଜାରି ଥିବା ୨୭ତମ ଅଲ ଓଡ଼ିଶା ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ମ୍ୟାଚ୍‌ରେ ଡିସିଏ ବୌଦ୍ଧକୁ ହରାଇ ନବଜୀବନ କ୍ରିକେଟ କ୍ଲବ୍‌...

pi

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଯୁଯୁମୁରା ରେଙ୍ଗାଲିସ୍ଥିତ ଐତିହାସିକ ରଜାଚୌରି ଖେଳ ପଡ଼ିଆରେ ଜାରି ଥିବା ୨୭ତମ ଅଲ ଓଡ଼ିଶା ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ମ୍ୟାଚ୍‌ରେ ଡିସିଏ ବୌଦ୍ଧକୁ ହରାଇ ନବଜୀବନ କ୍ରିକେଟ କ୍ଲବ୍‌ ସୁନ୍ଦରଗଡ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି। ସୁନ୍ଦରଗଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ହରାଇ ୨୮୦ ରନ କରିଥିଲା। ଦଳର ଉମେଶ କୁମାର ଗୌତମ ୪୭ ବଲ୍‌ରୁ ୮୦ ରନ୍‌ ଓ ବୈଭବ ସା ୪୩ ବଲ୍‌ରୁ ୭୨ ରନ୍‌ କରିଥିଲେ। ବିପକ୍ଷ ବୌଦ୍ଧର ରଜନୀଶ ଯାଦବ ଓ ଲକ୍ଷ୍ମୀଧର ପଧାନ ପ୍ରତ୍ୟେକ ୩ଟି ଲେଖାଏଁ ଉଇକେଟ ନେଇଥିଲେ।

ଜବାବରେ ବୌଦ୍ଧ ଦଳ ୨୨.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୬୬ ରନ୍‌ କରିଥିଲା। ଦଳର କ୍ଷୀରୋଦ ପୁରୋହିତ ୪୪ ରନ୍‌, ତୁଷାର ସେନାପତି ୩୭ ରନ୍‌ ଓ ରବି ମାରାଣ୍ଡି ୩୨ ରନ୍‌ ଲେଖାଏଁ କରିଥିଲେ। ବିପକ୍ଷ  ସୁନ୍ଦରଗଡ଼ର ଶରତ ମିଞ୍ଜ ୩ଟି ଏବଂ ସାହିଲ ପ୍ରସାଦ ଓ ପୀୟୁଷ ପାଣିଗ୍ରାହୀ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ସୁନ୍ଦରଗଡ଼ ବିଜୟୀ ହୋଇ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: Cricket: ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା, ଫେରିଲେ ତିଳକ

ପୁରସ୍କାର ବିତରଣ ଉତ୍ସବରେ ବଡ଼ମାଳ ରେଞ୍ଜ ଅଧିକାରୀ ଚିନ୍ମୟ କୁମାର ଗଡ଼ତିଆ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଭୀମସେନ ସାହୁ ଓ ଲବଣୀଶ୍ୱର ଦେହୁରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁନ୍ଦରଗଡ଼ର ଉମେଶ କୁମାର ଗୌତମଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ରାଜା ରଣା ଓ ଅନନ୍ତ ପତି ପରିଚାଳନା କରିଥିବା ବେଳେ କିରନ ଭୋଇ ସ୍କୋରିଂ ଏବଂ ରାକେଶ ସେଠୀ ଓ ସୁଜିତ ସେଠୀ ଧାରାବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ଦିନ ଆୟୋଜକ ଜେ. ରେଙ୍ଗାଲି ଓ ୱାଇ ଏସ ସି ସି ବଲାଙ୍ଗୀର ମଧ୍ୟରେ ହେବବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। 

ଆହୁରି ପଢ଼ନ୍ତୁ: T20 Worldcup: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଡ୍ରାମା: ଶ୍ରୀଲଙ୍କା ଗଲା ପାକିସ୍ତାନ ଦଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe